Latest Odisha News

BREAKING NEWS

ଥାଇରଏଡ୍ ରୋଗୀ ଖାଆନ୍ତୁ ନାହିଁ ଏହି ଲୁଣ..!

ଭୁବନେଶ୍ବର:ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଥାଇରଏଡ ରୋଗ ଅଧିକ । ଥାଇରଏଡ୍ ସମସ୍ୟା ଜୀବନଶୈଳୀ, ଖାଦ୍ୟପେୟ, ପ୍ରଦୂଷଣ ଇତ୍ୟାଦି କାରଣରୁ ହୋଇଥାଏ । ବୟସ୍କ ଲୋକଙ୍କ ମଧ୍ୟରେ ଥାଇରଏଡ୍ ରୋଗ ଏକ ସାଧାରଣ ସମସ୍ୟା କିନ୍ତୁ ଏହା ଏବେ ଯୁବପିଢ଼ି ଏବଂ ପିଲାମାନଙ୍କ ଠାରେ ଦେଖାଗଲାଣି । ଥାଇରଏଡ୍ ହରମୋନ୍ (T3 ଏବଂ T4) ଉତ୍ପାଦନରେ ଆୟୋଡିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହାର ଅଭାବରେ ଗଳଗଣ୍ଡ ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ଥାଇରଏଡ୍ ଗ୍ରନ୍ଥି ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଲୁଣ ଖାଇବା ଆବଶ୍ୟକ ।ତେଣୁ ଥାଇରଏଡ୍ ରୋଗୀମାନେ ସର୍ବଦା ଆୟୋଡିନଯୁକ୍ତ ଲୁଣ ଖାଇବା ଆବଶ୍ୟକ। ଆୟୋଡିନ୍‌ଯୁକ୍ତ ଲୁଣ ଥାଇରଏଡ୍‌ ଗ୍ରନ୍ଥିକୁ ସଠିକ୍‌ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ ଏବଂ ହାଇପୋଥାଇରଏଡିଜ୍‌ର ଆଶଙ୍କା ହ୍ରାସ କରେ ।

ତେଣୁ ଥାଇରଏଡ୍ ରୋଗୀମାନେ ହିମାଳୟ ଗୋଲାପୀ ଲୁଣ ଖାଇବା ଠାରୁ ଦୂରେଇ ରହିବା ଉଚିତ । ହିମାଳୟ ଗୋଲାପୀ ଲୁଣରେ ଆୟୋଡିନର ପରିମାଣ ବହୁତ କମ୍ ଥାଏ ।

ଥାଇରଏଡ୍‌କୁ ନିୟନ୍ତ୍ରଣରେ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ନୁହେଁ। ଥାଇରଏଡ୍‌ ଗ୍ରନ୍ଥି ଗଠନ ପାଇଁ ଆୟୋଡିନ୍ ଆବଶ୍ୟକ । ଯଦି ନିୟମିତ ଭାବରେ ଆମ ଖାଦ୍ୟରେ ଆବଶ୍ୟକ ପରିମାଣର ଆୟୋଡିନ୍ ଯୁକ୍ତ ଖାଦ୍ୟ ସାମିଲ କରିବା, ତେବେ ଥାଇରଏଡ୍ ସନ୍ତୁଳିତ ରହିବ । ତେଣୁ ଆମେ ବହୁତ କମ୍ ଆୟୋଡିନ୍ ଥିବା ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

Leave A Reply

Your email address will not be published.