Latest Odisha News

BREAKING NEWS

ରାଜ୍ୟରେ ସିବିଆଇ ଓ ଇଡି ଆକ୍ଟିଭ ବେଳେ କେନ୍ଦ୍ରମନ୍ତ୍ରୀ କହିଲେ ଅପେକ୍ଷା କର ୨୦୨୩ ଯାଏ

ଭୁବନେଶ୍ବର: ରାଜ୍ୟରେ ପଦ୍ମପୁର ପାଇଁ ଉପନିର୍ବାଚନ ତାତି ରହିଥିବା ବେଳେ ଶାସକ-ବିରୋଧୀ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏହି ସମୟରେ ଦୁଇଟି ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସବିଆଇ ଓ ଇଡି ଖୋଳତାଡ କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଠିକ୍ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ୁଡୁ କହିଛନ୍ତି, ଅପେକ୍ଷା କର ୨୦୨୩ ଯାଏ।

ଅର୍ଚ୍ଚନା ମାମଲାରେ ଇଡି ଆକ୍ଟିଭ ହୋଇ ଖୋଳତାଡ କରୁଛି। ଏହି ମାମଲାରେ ଅନେକ ଶାସକ ଦଳର ନେତାଙ୍କ ସଂପୃକ୍ତି ରହିଛି ବୋଲି କୁହାଯାଉଛି। ଇତି ମଧ୍ୟରେ ଅନେକ ବ୍ୟକ୍ତିଙ୍କୁ ନୋଟିସ ପଠାଇ ହାଜର ହେବାକୁ କହିସାରିଛି ଇଡି। ସେହିପରି ସିସୋର ଚିଟଫଣ୍ଡ ମାମଲାରେ ସିବିଆଇ ଆକ୍ଟିଭ ହୋଇ ପୁଣିଥରେ ପୁରୁଣା ଫାଇଲ ଖୋଲୁଥିବା ସୂଚନା ରହିଛି। ଆଉ ଏବେ ଏହି ମାମଲାରେ ୬ ଜଣ ବିଧାୟକଙ୍କ ନାଁ ପୁଣି ଚର୍ଚ୍ଚାରେ ରହିଛି। ହେଲେ ଏହି ବିଧାୟକ କିଏ ଏବଂ କେଉଁ ଦଳର ତାହା ସ୍ପଷ୍ଟ ହୋଇନାହିଁ।

ବିଶ୍ବେଶ୍ବର ଟୁଡୁ କହିଛନ୍ତି, ଯିଏ ଯେମିତି କର୍ମ କରିବ ସେମିତି ଭୋଗିବ। ଶାସକ ଦଳ ହେଉ ବିରୋଧୀ ଦଳର ନେତା ସମସ୍ତେ ଭୋଗିବେ। ଇଡ଼ି ହେଉ ଅବା ସିବିଆଇ ନିରପେକ୍ଷ ଭାବେ କାମ କରନ୍ତି। ସେଭଳି କୌଣସି ପ୍ରମାଣ ନମିଳିଲେ ଇଡି ଓ ସିବିଆଇ ମାମଲାକୁ ନିଜ ହାତକୁ ନିଅନ୍ତି ନାହିଁ। ଏହି ଦୁଇ ତଦନ୍ତ ଅଧିକାରୀ ନିରପେକ୍ଷ ଭାବେ କାମ କରନ୍ତି। ପୂର୍ବରୁ ହୋଇଥିବା ଦୁର୍ନୀତି ଗୁଡିକରେ ଇଡ଼ି ହେଉ ଅବା ସିବିଆଇ ନିଜ ନିଜର କାମ କରିଛନ୍ତି। ଅପେକ୍ଷା କରନ୍ତୁ ୨୦୨୩ ସୁଦ୍ଧା କଣ ହେଉଛି।

ସେପଟେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ। ସେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଯେଉଁଭଳି କଥା ହେଉଛନ୍ତି ସେଥିରୁ ଜଣାପଡ଼ୁଛି ଇଡି ସିବିଆଇ କ’ଣ ସେମାନଙ୍କ ଦ୍ୱାରା ପରିଚାଳିତ?

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁ ଏକ ବୟାନ ଦେଇ କହିଥିଲେ ରାଜ୍ଯରେ ସିବିଆଇ ପଶି ଦୁର୍ନୀତି ଗୁଡିକର ତଦନ୍ତ କରିବା ଦରକାର।

Comments are closed.