Latest Odisha News

BREAKING NEWS

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ପ୍ରଫେସର କିଶୋର ବସାଙ୍କ ଇସ୍ତଫା

ବାରିପଦା: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ଇସ୍ତଫା ଦେଇଛନ୍ତି ପ୍ରଫେସର କିଶୋର କୁମାର ବାସା। ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରିଛନ୍ତି। ଏହାପରେ ସେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତ ୧୦ ତାରିଖରେ କୁଳାଧିପତିଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିଲେ। ଗତକାଲି ଏହାକୁ ମଞ୍ଜୁର ମିଳିଛି। ଏବେ ବିଶ୍ବବିଦ୍ୟାଳୟର ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କୁ କୁଳପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ସର୍ବାଧିକ ୬ ମାସ ଯାଏ ଏହି ଦାୟିତ୍ବ ସମ୍ଭାଳିବେ। ଏହି ସମୟ ମଧ୍ୟରେ ସରକାର ନୂଆ କୁଳପତି ନିଯୁକ୍ତ କରିବେ ବୋଲି ନିର୍ଦ୍ଦେଶ ରହିଛି।

BjdElectrycity

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ନଭେମ୍ବର ୪ରେ ବସାଙ୍କୁ ଏନଏମଏର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛି। ବାସା ୧୯୭୩ ମସିହାରେ ଓଡିଶାରେ ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିଲେ। ୧୯୭୭ରେ ଉତ୍କଳ ବିଶ୍ବବିଦ୍ୟାଳୟରେ ବି.ଏ. ଇତିହାସ (ଅନର୍ସ)ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇ ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ସ୍ୱର୍ଣ୍ଣ ପଦକ ପାଇଥିଲେ।  ପରେ ୧୯୯୧ରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ସେ ତାଙ୍କର ପିଏଚଡି କରିଥିଲେ। ସେ ୧୯୯୯-୨୦୦୦ ମସିହାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

ପ୍ରଫେସର ବାସା ଉତ୍କଳ ବିଶ୍ବବିଦ୍ୟାଳୟର ଆନ୍ଥ୍ରପଲୋଜି ବା ନୃତତ୍ତ୍ବ ବିଭାଗର ପୂର୍ବତନ ମୁଖ୍ୟ ଥିଲେ। ଉଲ୍ଲେଯୋଗ୍ଯ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, କୋଣାର୍କ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରକୁ ନେଇ ଏନଏମଏର ଭୂମିକା ବିବାଦୀୟ ରହିଛି। ଏପରି ସ୍ଥିତିରେ ଏନ୍‌ଏମ୍‌ଏର ନୂଆ ଅଧ୍ୟକ୍ଷ ଜଣେ ଓଡିଆଙ୍କୁ ଏହି ଏତେ ବଡ ଦାୟିତ୍ୱ ମିିିିଳିଛି।

ପ୍ରଥମ ଓଡ଼ିଆ: ଏନଏମଏର ଅଧ୍ୟକ୍ଷ ଭାବେ ପ୍ରଫେସର କିଶୋର କୁମାର ବାସା ନିଯୁକ୍ତ

Leave A Reply

Your email address will not be published.