Latest Odisha News

ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହା ଛଡ଼

ବରଗଡ଼: ଖେଳୁଥିବା ସମୟରେ ଘଟିଲା ଅଘଟଣ । ନଅ ବର୍ଷର ଶିଶୁ ଦେହରେ ପଶିଗଲା ଲୁହା ଛଡ଼ । ଚିକିତ୍ସା ପାଇଁ ତୁରନ୍ତ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ, ଶିଶୁଟି ଭଟଲି ରଥପଡାର ଜୀବନ ପାତିକାର । ଆଜି ସକାଳେ ସାଙ୍ଗ ମାନଙ୍କ ସହ ଖେଳୁଥିବା ସମୟରେ ଅନ୍ୟ ଏକ ନାବାଳକ ସହିତ ତାଙ୍କର ବଚସା ହୋଇଥିଲା । ସାମାନ୍ୟ ବଚସାରେ ଉତ୍ୟକ୍ତ ହୋଇ ଉକ୍ତ ନାବାଳକ ଜଣକ ଘରୁ ଲୁହାରଡ ଆଣି ଜୀବନ ଉପରକୁ ଫୋଫାଡ଼ି ଦେଇଥିଲା  । ଲୁହା ରଡଟି ସିଧା ଜୀବନର ପିଠି ପଟେ ଗଳି ଯାଇ ଅଟକି ରହିଥିଲା । ତୁରନ୍ତ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଜୀବନର ଅସ୍ତ୍ରୋପଚାର ପରେ ବର୍ତ୍ତମାନ ତାର ଅବସ୍ଥା ସ୍ଥିର ଥିବା ଜଣାପଡିଛି । ସେପଟେ ଖବର ପାଇ ବରଗଡର ସ୍ବେଛାସେବୀ ସଂଗଠନ ସଂକଳ୍ପ ପରିବାର ଭୀମସାରରେ ପହଞ୍ଚି ସମସ୍ତ ଆର୍ଥିକ ସହାୟତା କରିଛନ୍ତି ।

Comments are closed.