Latest Odisha News

BREAKING NEWS

ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ, କମିଲା ବାଘ ସଂଖ୍ୟା

ଭୁବନେଶ୍ୱର: ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି । ବାଘ ଛୁଆଟିକୁ ମାତ୍ର ୭ ମାସ ହେଇଥିଲା । ଏହି ମାଈ ଧଳା ବାଘ ଛୁଆଟି ମେଲାନିଷ୍ଟିକ ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲା ।

ଗତ ମାର୍ଚ୍ଚ ମାସରେ ଛୁଆଟି ଅସୁସ୍ଥ ହୋଇପଡ଼ିଥିଲା । ଫଳରେ ତାକୁ ଏନକ୍ଲୋଜରରୁ ଅଲଗା ରଖି ପଶୁଚିକିତ୍ସା ତତ୍ତ୍ୱାବଧାନରେ ଥିଲା । ଚିକିତ୍ସା ପରେ ସୁସ୍ଥ ହେବାରୁ ତା’କୁ ପୁଣି ଏନକ୍ଲୋଜରରେ ଛଡ଼ାଯାଇଥିଲା । କିନ୍ତୁ ରବିବାର ସନ୍ଧ୍ୟାରେ ହଠାତ୍‌ ଛୁଆଟିର ମୃତ୍ୟୁ ଘଟିଛି ।
ନନ୍ଦନକାନନ ଅଧିକାରୀଙ୍କ ଅନୁଯାୟୀ, ମେ’ ୩୧ ରାତିରେ ଶାବକଟି ସାଧାରଣ ଭାବରେ ଖିଆପିଆ କରିଥିଲା । କିନ୍ତୁ, ଜୁନ୍‌ ୧ ସକାଳେ ଅସୁସ୍ଥ ହୋଇପଡ଼ିଥିଲା । ସନ୍ଧ୍ୟାରେ ଏହାର ମୃତ୍ୟୁ ଘଟିଥିଲା । ମୃତ୍ୟୁର ସଠିକ କାରଣ ଜଣାପଡିନଥିବାବେଳେ, ପୋଷ୍ଟମର୍ଟମ ପରେ ପୃକତ କାରଣ ସାମ୍ନାକୁ ଆସିବ ।

ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନ କର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି । ତେବେ ବାଘ ଛୁଆଟିର ମୃତ୍ୟୁ ପରେ, ନନ୍ଦନକାନନରେ ମୋଟ୍‌ ବାଘଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି, ଯେଉଁଥିରେ ୧୮ଟି ସାଧାରଣ ରଙ୍ଗର, ୫ଟି ଧଳା ଏବଂ ୪ଟି ମେଲାନିଷ୍ଟିକ ବାଘ ରହିଛନ୍ତି ।

Comments are closed.