Latest Odisha News

ନନ୍ଦନକାନନରେ ବଢିଲା ଧଳା ବାଘ ସଂଖ୍ଯା

ଭୁବନେଶ୍ୱର: ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଭୁବନେଶ୍ୱର ଉପକଣ୍ଠସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥିଙ୍କ ଆଗମନ ହୋଇଛି।

ପ୍ରାଣୀ ଉଦ୍ୟାନର ସୂଚନା ଅନୁଯାୟୀ, ଧଳା ବାଘୁଣୀ ମୌସୁମୀ ସୋମବାର ରାତି ୮.୫୧ରେ ତିନିଟି ଛୁଆଙ୍କୁ ଜନ୍ମ ଦେଇଛି। ସେମାନଙ୍କୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ଅଲଗା କୋଠରୀରେ ରଖାଯାଇଛି।

ରୟାଲ ବେଙ୍ଗଲ ଟାଇଗର ରାଜେଶ ସହ ମିଳନ ପରେ ୮ବର୍ଷିୟ ବାଘୁଣୀ ସନ୍ତାନ ଜନ୍ମ ଦେଇଛି। ତେବେ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକମାନେ ଏହି ମାସ ଆରମ୍ଭରେ ଅଲଟ୍ରାସୋନୋଗ୍ରାଫି ମାଧ୍ୟମରେ ଗର୍ଭଧାରଣକୁ ସୁନିଶ୍ଚିତ କରିଥିଲେ। ଧଳା ବାଘୁଣୀ ମୌସୁମୀର ଏହା ହେଉଛି ପ୍ରଥମ ଶାବକ।

ତେବେ ୨୦୧୬ ମସିହାରେ ମୌସୁମୀ ନନ୍ଦନକାନନରେ ମନୀଷ ଏବଂ ବାଘୁଣୀ ସ୍ନେହାର ମିଳନରୁ ଜନ୍ମ ଲାଭ କରିଥିଲା।

ଅପରପକ୍ଷେ ନନ୍ଦନକାନନରେ ଏବେ ୨୮ଟି ବାଘ ରହିଛି। ତନ୍ମଧ୍ଯରୁ ୪ଟି ଧଳା ବାଘ।

 

Comments are closed.