ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ଗଲ୍ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ୪ଟି ନୋ-ବଲ୍ ପକାଇବା ପରେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ଜାଡେଜା ଶ୍ରୀଲଙ୍କା ଅଧିନାୟକ ଧନଞ୍ଜୟ ଡି’ସିଲଭାଙ୍କୁ ଯେଉଁ ବଲ୍ରେ ଆଉଟ୍ କରିଥିଲେ, ତାହା ନୋ-ବଲ୍ ହୋଇଯାଇଥିଲା । ପରେ ସେ ତାଙ୍କ ୱିକେଟ୍ ନେଇଥିଲେ ସତ, କିନ୍ତୁ ଏହି ଘଟଣା କ୍ରିକେଟ୍ର କିଛି ଅଜଣା ଇତିହାସକୁ ପୁଣି ସାମ୍ନାକୁ ଆଣିଛି । ୧୫ ଜୁଲାଇ ୧୮୨୨ରେ ଲର୍ଡସରେ ଜନ୍ ୱିଲ୍ସ ପ୍ରଥମ ନୋ-ବଲ୍ ପକାଇଥିଲେ । ସେତେବେଳେ ଅଣ୍ଡର-ଆର୍ମ ବୋଲିଂ ବୈଧ ଥିବାବେଳେ ସେ ରାଉଣ୍ଡ-ଆର୍ମ ବୋଲିଂ କରିବାରୁ ଏହାକୁ ନୋ-ବଲ୍ ଦିଆଯାଇଥିଲା ।
୧୯୭୭ରେ ବ୍ରିଜ୍ଟାଉନ୍ରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ମ୍ୟାଚ୍ରେ ମୋଟ ୧୦୩ଟି ନୋ-ବଲ୍ ପଡ଼ିଥିଲା । ଗୋଟିଏ ମ୍ୟାଚ୍ରେ ୧୦୦ରୁ ଅଧିକ ନୋ-ବଲ୍ ପଡ଼ିବାର ଏହା ଏକମାତ୍ର ରେକର୍ଡ । ଅଷ୍ଟ୍ରେଲିଆର ବ୍ରେଟ୍ ଲୀ (୪୭୨) ଟେଷ୍ଟରେ ସବୁଠୁ ଅଧିକ ନୋ-ବଲ୍ ପକାଇଛନ୍ତି । ୱେଷ୍ଟଇଣ୍ଡିଜ୍ର ଫିଡେଲ୍ ଏଡୱାର୍ଡସ (୩୨୫) ଦ୍ୱିତୀୟରେ ଥିବାବେଳେ ଭାରତର ଇଶାନ୍ତ ଶର୍ମା (୩୧୪) ତୃତୀୟ ସ୍ଥାନରେ ଅଛନ୍ତି । ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନର ବୃହତ ବ୍ୟବଧାନରେ ପରାସ୍ତ କରି ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତୀୟ ଦଳର ଏହା ୬୦୦ତମ ଐତିହାସିକ ଟେଷ୍ଟ ମ୍ୟାଚ୍ ଥିଲା । ୩୭୨ ରନର ପିଛା କରୁଥିବା ଶ୍ରୀଲଙ୍କା ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୦୬ ରନରେ ଅଲଆଉଟ୍ ହୋଇଯାଇଥିଲା ।

