Latest Odisha News

BREAKING NEWS

ପ୍ରଥମେ ଲାଲକିଲ୍ଲାର ରଙ୍ଗ କିପରି ଥିଲା, କିଏ ବଦଳାଇଥିଲା ଏହାର ରଙ୍ଗ,,,

ନୂଆଦିଲ୍ଲୀ: ମୋଗଲ ସମୟରେ ନିର୍ମିତ ଦିଲ୍ଲୀର ଲାଲକିଲ୍ଲା ଆଜି ଭାରତ ପାଇଁ ଗର୍ବ ଏବଂ ଗୌରବ । ପ୍ରତିବର୍ଷ ୧୫ ଅଗଷ୍ଟରେ, ଭାରତର ପ୍ରଧାନମନ୍ତ୍ରୀ ଦିଲ୍ଲୀର ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରନ୍ତି, ଯାହାର ବାର୍ତ୍ତା ସମଗ୍ର ଦେଶ ଏବଂ ବିଶ୍ୱରେ ପହଞ୍ଚେ। ତେବେ ଆମେ ସବୁବେଳେ ଏହି ଲାଲକିଲ୍ଲାକୁ ଲାଲ ରଙ୍ଗରେ ଦେଖିଛୁ। କିନ୍ତୁ, ମୋଗଲ ଯୁଗରେ ଯେତେବେଳେ ଲାଲକିଲ୍ଲା ନିର୍ମାଣ କରାଯାଇଥିଲା ସେତେବେଳେ ଏହାର ରଙ୍ଗ ଲାଲ୍ ନଥିଲା। ଏବେ ଆପଣ ଏହା ଭାବୁଥିବେ ଯେ ତା’ହେଲେ ଏହି କିଲ୍ଲା ଲାଲ କେମିତି ହେଲା । ଆସନ୍ତୁ ଜାଣିବା ସେ ବିଷୟରେ…

ସୂଚନାଯୋଗ୍ୟ, ଦିଲ୍ଲୀର ଲାଲକିଲ୍ଲା ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଏଠାକୁ ଆସନ୍ତି। ମୋଗଲ ସମ୍ରାଟ ଶାହଜାହାନ ୧୬୩୮ ମସିହାରେ ଦିଲ୍ଲୀର ଲାଲକିଲ୍ଲାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, ଯାହା ୧୬୪୮ ମସିହାରେ ସମାପ୍ତ ହୋଇଥିଲା। କହିରଖୁଛୁ ଯେ ଦିଲ୍ଲୀର ଲାଲକିଲ୍ଲା ପୂର୍ବରୁ ଧଳା ରଙ୍ଗର ଥିଲା। ଏହା ଧଳା ମାର୍ବଲ ଏବଂ ଚୂନପଥରରେ ନିର୍ମିତ ହୋଇଥିଲା। ପ୍ରାରମ୍ଭରେ ଲାଲକିଲ୍ଲା ଧଳା ରଙ୍ଗର ଥିଲା ଏବଂ ଏହା ମୁଖ୍ୟତଃ ଧଳା ଚୂନ ଏବଂ ଧଳା ମାର୍ବଲ ପଥରରେ ନିର୍ମିତ ହୋଇଥିଲା। ଦୁର୍ଗ ଏବଂ ଅନ୍ୟାନ୍ୟ କୋଠରିର କାନ୍ଥ ମଧ୍ୟ ଧଳା ରଙ୍ଗର ଥିଲା।

ଲାଲକିଲ୍ଲା ପୂର୍ବରୁ ଧଳା ରଙ୍ଗର ଥିଲା କିନ୍ତୁ ଯେତେବେଳେ ବ୍ରିଟିଶମାନେ ଦିଲ୍ଲୀ ଦଖଲ କଲେ, ସେତେବେଳେ ସେମାନେ ଲାଲକିଲ୍ଲାକୁ ନିଜ ଅଧିନକୁ ନେଇଥିଲେ । ସେତେବେଳେ ବ୍ରିଟିଶମାନେ ଲାଲକିଲ୍ଲାରେ ଅନେକ ପରିବର୍ତ୍ତନ କରିଥିଲେ। ୧୯ ଶତାବ୍ଦୀର ଶେଷ ଏବଂ ୨୦ ଶତାବ୍ଦୀର ପ୍ରାରମ୍ଭରେ ବ୍ରିଟିଶମାନେ ଲାଲକିଲ୍ଲାକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ସେତେବେଳେ ଲାଲକିଲ୍ଲାର କାନ୍ଥ ଜୀର୍ଣ୍ଣ ହୋଇଯାଇଥିଲା ଏବଂ ଧିରେ ଧିରେ ଖରାପ ହେବାକୁ ଲାଗିଥିଲା। ମରାମତି ସମୟରେ, ବ୍ରିଟିଶମାନେ ଏହି କାନ୍ଥଗୁଡ଼ିକରେ ଲାଲ ରଙ୍ଗ ଲଗାଇଥିଲେ। ସେଥିରେ ଲାଲ ରାଙ୍ଗର ବାଲିପଥର ବ୍ୟବହାର କରାଯାଇଥିଲା ଯାହାକୁ ସେତେବଳର ବହୁତ ଲୋକପ୍ରିୟ ନିର୍ମାଣ ସାମଗ୍ରୀ ଥିଲା। ବ୍ରିଟିଶ ଇଞ୍ଜିନିୟରମାନଙ୍କ କହିବା ଅନୁସାରେ ଏହି ଲାଲ୍ ପଥର କାନ୍ଥକୁ ମଜବୁତ କରିବା ସହ ପାଣିପାଗର ପ୍ରଭାବ ମଧ୍ୟ ଏହା ଉପରେ ପଡିବ ନାହିଁ । ଏବଂ ଏହା ସବୁବେଳେ ଏପରି ଲାଲ୍ ରଙ୍ଗ ହିଁ ରହିବ । ସେବେଠୁ ଏହି କିଲ୍ଲାର ରଙ୍ଗ ଲାଲ୍ ।

Comments are closed.