ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟେଡ୍ରୋସ୍ ଏଡ୍ହୋମ୍ ଲୋକଙ୍କୁ କରୋନା ଭୂତାଣୁ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ମହାମାରୀ ସହିତ ଲଢିବାବେଳେ ଆମେ ଦୁର୍ବଳ ହୋଇପାରିବା କିନ୍ତୁ କରୋନା ଥକିବନି।
WHO ର ମୁଖ୍ୟ ବାର୍ଷିକ ସମାବେଶରେ ଯୋଗ ଦେଇ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ମହାମାରୀ ବିରୋଧ ଲଢେଇରେ ସମଗ୍ର ବିଶ୍ୱ ସହଯୋଗ ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ ଲୋକଙ୍କୁ ବିଜ୍ଞାନ ଅନୁସରଣ କରିବାକୁ ଏବଂ ଭୂତାଣୁ ପ୍ରତି ଅଧିକ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଏହି ଭୂତାଣୁ ଦୁର୍ବଳ ସ୍ୱାସ୍ଥ୍ୟ ଥିବା ଲୋକଙ୍କୁ ଶିକାର କରେ ବୋଲି ସେ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ ଆମର ଏକମାତ୍ର ଆଶା ହେଉଛି ବିଜ୍ଞାନ, ସମାଧାନ ଏବଂ ଏକତା। ଗତ ବର୍ଷ ଡିସେମ୍ବରରେ ଚାଇନାରେ କରୋନା ଭୂତାଣୁର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା। ଏହି ମହାମାରୀ ହେତୁ ଏପର୍ଯ୍ୟନ୍ତ ୧୨.୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।
Comments are closed.