ଆଉ ଦୁନିଆରେ ନାହାଁନ୍ତି କଲେଜ ପଢୁଆ ଝିଅ ସୌମ୍ୟାଶ୍ରୀ । ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ସେ ଆରପାରିକୁ ଚାଲିଯାଇଛନ୍ତି । ନିଜ ଅସୁବିଧା ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲା । ହେଲେ କେହି ନଶୁଣିବାରୁ ସେ ଆରପାରିକୁ ଚାଲି ଯାଇଛି । ସେଦିନ ସେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଥିଲା । ହେଲେ ଏହି ପେଟ୍ରୋଲ ତାଙ୍କୁ କିଏ ଦେଇଥିଲା । ଯଦି ସେ ନିଜେ ପେଟ୍ରୋଲ ଆଣି ଆସିଥିଲେ । ତେବେ ନିଆଁ ଲାଗିବା ବେଳେ ଅନ୍ୟମାନେ କାହିଁକି ଅଟକାଇଲେ ନାହିଁ । ସୌମ୍ୟାଶ୍ରୀଙ୍କ ଅସୁବିଧା ଯାହା ବି ହେଉ ଜଣେ ଏଭଳି କାଣ୍ଡ କଲାବେଳେ ଅନ୍ୟମାନେ କାହିଁକି ଚୁପ ରହିଲେ । ସାଧାରଣତଃ ଜଣେ ବ୍ୟକ୍ତି ରାଗରେ ଥିବା ବେଳେ କିଛି ବି କରିବାକୁ ପ୍ରସ୍ତୁତ ହୋଇଥାଏ । ସୌମ୍ୟାଶ୍ରୀ ମଧ୍ୟ ସେମିତି କିଛି ଚିନ୍ତା କରିଥିବେ । ବାରମ୍ବାର ଅନ୍ୟମାନଙ୍କୁ ଜଣାଇଲେ ମଧ୍ୟ ତାଙ୍କ କଥା ସମାଧାନ ହୋଇନଥିଲା । ଏହି କାରଣ ପାଇଁ ଜଣେ କେବେ ବି ଏଭଳି କାମ କରିବାକୁ ସାହସ କରିପାରିବ ନାହିଁ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସାରା ରାଜ୍ୟ କାନ୍ଦୁଛି । ସେ ଏତେବଡ ନିଷ୍ପତି ନେଲେ ଏକଥା କଣ କେହି ଜାଣିନଥିଲେ । ପେଟ୍ରୋଲ ପମ୍ପକୁ ଯାଇ ଏକ ଜାରରେ ପେଟ୍ରୋଲ ଆଣିବା ସାଧାରଣ କଥା । ହେଲେ ଜଣେ କଲେଜ ପଢୁଆ ଝିଅ ପେଟ୍ରୋଲ ପମ୍ପରୁ ଏକ ଜାରରେ ପେଟ୍ରୋଲ ଆଣିବା ବେଳେ ତାଙ୍କୁ କେହି କାହିଁକି ପଚାରିଲେ ନାହିଁ । ଯଦି ସେଠାରେ କେହି ପଚାରିଲେ ନାହିଁ , ସେ ଆତ୍ମାହୁତି ଦେବା ବେଳେ ଅନ୍ୟ ଝିଅମାନେ କଣ କରୁଥିଲେ । ଆଉ ସେ ଯେଉଁ ଡ୍ରେସ ପିନ୍ଧିଥିଲେ ସେ କପଡାରେ ନିଆଁ ବହୁତ ଶୀଘ୍ର ଲାଗିଯିବ । ତେଣୁ ସେହି ସମୟରେ ଉପସ୍ଥିତ ଥିବା ସମସ୍ତ ସାଙ୍ଗସାଥୀ ମାନଙ୍କୁ ଏବବାଦରେ ପଚରାଯିବା ନିହାତି ଦରକାର । ଯଦି ଏହି ଘଟଣାରେ ସେମିତି କାହାକୁ ଦଣ୍ଡିତ କରାନଯାଏ ତେବେ ଆଗାମୀ ଦିନରେ ଯୁବପିଢୀ ଏମିତି ଭୂଲ କାମ କରିବାକୁ ନିଷ୍ପତି ନେବେ । ତେଣୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସେ ନିଜେ ଦାୟୀ ନା ତାଙ୍କ ପଛରେ ଆଉ କାହାର ହାତ ରହିଛି । ଜଣେ ଛାତ୍ରୀ ଏଭଳି ନିଷ୍ପତି ନେବା ଆଗରୁ କାହାକୁ କଣ କହିଥିଲେ । ଆଉ ସେମାନେ ସେତେବେଳେ କଣ ଉତ୍ତର ଦେଇଥିଲେ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣ ରେ ଦାବି ହୋଇଛି ।
BREAKING NEWS
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍
- ମୋଦୀଙ୍କୁ ସାହାଯ୍ୟ ମାଗିବାର କିଛି ଦିନ ଭିତରେ ମିଳିଲା ନ୍ୟାୟ: ସମାଧାନ ହେଲା ମୁମ୍ବାଇର ବହୁ ଚର୍ଚ୍ଚିତ ଜମି ବିବାଦ ମାମଲା
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ
- ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର
- ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ

Comments are closed.