ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଦାୟିତ୍ୱ କାହା କାନ୍ଧରେ? ୨୨ ଏପ୍ରିଲରେ ପହଲଗାମର ବୈସାରନ ଉପତ୍ୟକାରେ ଏକ ଆତଙ୍କି ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ ପରେ କାଶ୍ମୀର ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି।
ଏହାରି ଭିତରେ ଅମରନାଥ ଯାତ୍ରା ମଧ୍ୟ ୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସୁରକ୍ଷାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଅମରନାଥ ଯାତ୍ରା ସମୟରେ ସୁରକ୍ଷା ପାଇଁ କିଏ ଦାୟୀରେ ଅଛନ୍ତି ଆସନ୍ତୁ ଜାଣିବା…
ପ୍ରତିବର୍ଷ ହଜାର ହଜାର ଭକ୍ତ ଅମରନାଥ ଯାତ୍ରା ପାଇଁ ଭିଡ଼ ଜମାନନ୍ତି। ସେମାନଙ୍କ ସୁରକ୍ଷାର ଦାୟିତ୍ୱ ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ ହାତରେ ଥାଏ। ଏହି ସୁରକ୍ଷା ବ୍ୟବସ୍ଥାରେ ସେନା, ରାଜ୍ୟ ପୋଲିସ ବାହିନୀ ଏବଂ ଅର୍ଦ୍ଧସାମରିକ ବାହିନୀ ଅନ୍ତର୍ଭୁକ୍ତ। କିନ୍ତୁ ଏଥର ଅମରନାଥ ଯାତ୍ରା କଡ଼ା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହେବ।
ଚଳିତ ବର୍ଷ ଆସୁଥିବା ଭକ୍ତମାନଙ୍କ ପାଇଁ ଏକ ଦୃଢ଼ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ କମାଣ୍ଡ ସେଣ୍ଟର ନିର୍ମାଣ କରାଯାଇଛି, ଯାହା ୨୪ ଘଣ୍ଟା ନଜର ରଖିବ। ଏଥର ମଧ୍ୟ ଅମରନାଥ ଯାତ୍ରାରେ ରାଜ୍ୟ ପୋଲିସ ବାହିନୀ, ସେନା କର୍ମଚାରୀ ଏବଂ ସିଆରପିଏଫ ନିୟୋଜିତ ହେବେ। ସମସ୍ତ ରୁଟର ଡିଜିଟାଲ ମ୍ୟାପିଂ କରାଯିବ, ଯାହା ଦ୍ଵାରା ପ୍ରତ୍ୟେକ କୋଣ-ଅନୁକୋଣ ଉପରେ ନଜର ରଖାଯାଇପାରିବ। ଏଥର ଜାତୀୟ ରାଜପଥ ଏବଂ ସମସ୍ତ ସଂଯୋଗକାରୀ ରୁଟ୍ ଅବରୋଧ କରାଯିବ ଏବଂ ପ୍ରଥମ ଥର ପାଇଁ ସମସ୍ତ ରୁଟ୍ରେ ଜାମର ଲଗାଯିବ।
Comments are closed.