Latest Odisha News

ଗରିବ ଦେଶରେ ଟିକା ପହଞ୍ଚାଇବ ‘ହୁ’

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଘୋଷଣା କରିଛି ଯେ ଏହାର COVAX ପଦକ୍ଷେପ (COVAX) ଅଧୀନରେ ଆସନ୍ତା ମାସରୁ ଗରିବ ଦେଶକୁ କରୋନା ଟିକା ପଠାଇବ। ଏଥିପାଇଁ କୋଭିଡ୍‌-୧୯ ଟିକା ପାଇଁ ୪୦ ମିଲିୟନ୍ ଡୋଜ ପାଇଁ ଫାଇଜର / ବାୟୋଏଣ୍ଟେକ୍ ସହିତ ଏକ ଚୁକ୍ତି କରିଛି। ଉଲ୍ଲେଖ ଥାଉ କି ଏହି ପଦକ୍ଷେପ ବିଭିନ୍ନ ଦେଶକୁ ଟିକାକରଣରେ ଶୀଘ୍ର ପ୍ରବେଶ ତଥା ବିକାଶଶୀଳ ଦେଶମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ବିନିଯୋଗ କରିବାର ବ୍ୟବସ୍ଥା ଯୋଗାଇଥାଏ।

କୋଭାକ୍ସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ GAVI ଦ୍ୱାରା ପରିଚାଳିତ। ଜରୁରୀକାଳୀନ ବ୍ୟବହାର ପାଇଁ PFizer / Bioentech ଟିକା WHO ଦ୍ୱାରା ଅନୁମୋଦିତ ହୋଇଥିଲା। WHO ପ୍ରେସ ବିଜ୍ଞପ୍ତି ଅନୁଯାୟୀ ସ୍ୱଳ୍ପ ଆୟକାରୀ ଦେଶମାନଙ୍କୁ ଟିକା ଉପଲବ୍ଧତା ଖୋଜିବାରେ ସାହାଯ୍ୟ କରିବା ଏବଂ କରୋନା ମହାମାରୀକୁ ରୋକିବା ହେଉଛି ଏହାର କାର୍ଯ୍ୟ।

କୋଭାକ୍ସ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାର କୋଭିଶିଲ୍ଡ ଟିକା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଏହାର ପ୍ରଥମ ୧୦୦ ମିଲିୟନ୍ ଡୋଜ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହା ଅଧୀନରେ ବର୍ଷର ପ୍ରଥମ ତ୍ରୟ ମାସରେ ବଣ୍ଟନ ପାଇଁ ଏହି ଟିକା ଉପଲବ୍ଧ ହେବ।

କୋଭେକ୍ସ କ୍ରୟ ଏବଂ ବିତରଣର ନେତୃତ୍ୱ ନେଇଥିବା ସଂଗଠନର ଗାଭିର ସିଇଓ ଡକ୍ଟର ସେଥ୍ ବାର୍‌କଲେ କହିଛନ୍ତି ଯେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟିକା ସଫଳ ଚୁକ୍ତିନାମା କୋଭେକ୍ସ ପାଇଁ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଛି। ଆମେ ଆଶା କରୁଛୁ ଫେବୃଆରୀ ଶେଷ ସୁଦ୍ଧା ଜୀବନ ରକ୍ଷାକାରୀ କରୋନା ଟିକା ବିତରଣ ଆରମ୍ଭ ହେବ। ମହାମାରୀକୁ ପରାସ୍ତ କରିବାକୁ ବିଶ୍ୱସ୍ତରୀୟ ପ୍ରୟାସରେ ଏହା ଏକ ପ୍ରମୁଖ ପଦକ୍ଷେପ ହେବ।

Comments are closed.