Latest Odisha News

BREAKING NEWS

ଥରିବ ଦିଲ୍ଲୀ, ୪ ଡିଗ୍ରୀ ଯାଏ ଖସିପାରେ ପାରଦ

ନୂଆଦିଲ୍ଲୀ: ଶନିବାର ଥଣ୍ଡାରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା ଦିଲ୍ଲୀ-ଏନସିଆରରେ ପୁଣି ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଭାରତୀୟ ପାଣିବିଭାଗ କହିଛି- ଜାନୁଆରୀ ୨୬ରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଶୀତଲହରୀ ପୁଣି ଜାରି ରହିବ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

BjdElectrycity

ଶୁକ୍ରବାର ଓ ଶନିବାର ପଶ୍ଚିମ ହିମାଳରେ ଭୀଷଣ ବରଫ ବର୍ଷା ହୋଇଛି । ପଞ୍ଜାବ ଓ ଉତ୍ତର ହରିୟାଣାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୫ ତାରିଖରୁ ଉତ୍ତର-ପଶ୍ଚିମ ବାୟୁ ପ୍ରବାହ ହେବାକୁ ଥିବାରୁ ଦିଲ୍ଲୀରେ ଥଣ୍ଡା ଅନୁଭୂତ ହେବ । ଏହାଦ୍ୱାରା ତାପମାତ୍ରା ମଧ୍ୟ ହ୍ରାସ ପାଇବ । ୨୬, ୨୭ ଓ ୨୮ ଜାନୁଆରୀରେ ଦିଲ୍ଲୀର ତାପମାତ୍ରା ୪ ଡିଗ୍ରୀ ଯାଏ ଖସିପାରେ ।

ଏବେ ଦକ୍ଷିଣ-ପୂର୍ବ ଦେଇ ପ୍ରବାହିତ ହୋଇଥିବା ପବନ ରବିବାର ପରେ ଉତ୍ତର-ପୂର୍ବକୁ ପ୍ରବାହିତ ହେବ । ଆଗାମୀ ୩ ଦିନରେ ପବନର ବେଗ ଘଣ୍ଟା ପ୍ରତି ୧୦ରୁ ୧୨ କିଲୋମିଟର ରହିବ ଏବଂ ଏହା ଉତ୍ତର-ପଶ୍ଚିମକୁ ଗତି କରିବାର ସମ୍ଭାବନା ରହିଛି । ଏଥିପାଇଁ ଆଗାମୀ କିଛିଦିନ ଯାଏ ବାୟୁର ଗୁଣବତ୍ତା ଖରାପରୁ ଅତି ଖରାପ ରହିବ ବୋଲି ଆଇଏମଡି ଅନୁମାନ କରିଛି ।

ଆସନ୍ତା ୪ରୁ ୫ ଦିନ ଯାଏ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ଘନ କୁହୁଡ଼ି ରହିବ । ଆଗାମୀ ୩ ଦିନ ଯାଏ ବିହାର, ଉତ୍ତର ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ସିକ୍କିମ୍ ସହ ଓଡ଼ିଶାରେ ଘନ କୁହୁଡ଼ିର ଆସ୍ତରଣ ରହିବ ।

Leave A Reply

Your email address will not be published.