Latest Odisha News

BREAKING NEWS

ମିଶନ ଶକ୍ତି ଯୋଜନା ପଛରେ କିଏ, ରାଜ୍ୟ ନା କେନ୍ଦ୍ର?

ଭୁବନେଶ୍ୱର: ମିଶନ ଶକ୍ତି ରାଜ୍ୟ ସରକାରଙ୍କ ଅନ୍ୟତମ ଯୋଜନା ଯାହା ଶାସକ ଦଳକୁ ମଜବୁତ କରିଛି। ନିକଟରେ ନବୀନ ସରକାର  ମିଶନ ଶକ୍ତିରେ ଏସଏଚଜି ସଦସ୍ୟ ୫ ଲକ୍ଷ ଯାଏ ଲୋନ୍ ନେଲେ ସୁଧ ଦେବାକୁ ପଡିବନି ବୋଲି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ବେଳେ କହିଥିଲେ ଏହା କେନ୍ଦ୍ରର ଯୋଜନା । ମାଛ ତେଲରେ ମାଛ ଭାଜି ବା ରାଜ୍ୟ ଆଉ କିଛି ଟଂକା ମିଶାଇ ନିଜ ନାଁରେ ଯୋଜନା କରୁଛନ୍ତି। ତେବେ ବିଜେଡି ଏପରି ଦାବିକୁ ଖଣ୍ଡନ କରିବା ସହିତ ଶ୍ରୀଯୁକ୍ତ ପ୍ରଧାନ ଅସତ୍ୟ କହୁଛନ୍ତି ବୋଲି କହିଥିଲା।

ଏବେ ଏହାର ଜବାବ ରଖିଛି ବିଜେପି । ପ୍ରଭାତୀ ପରିଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨ଦିନ ତଳେ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବିନା ସୁଧରେ ଋଣ ରାଶିର ସୀମାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଲେ ବୋଲି ଗତକାଲି ଘୋଷଣା କରିଥିଲେ । ଦେଶର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ରାଶିର ସୀମାକୁ ୩ଲକ୍ଷ ରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ଗତ ଏପ୍ରିଲ ଠାରୁ ଏହି ଯୋଜନା ଆରମ୍ଭ ହୋଇସାରିଛି। ମୁଖ୍ୟମନ୍ତ୍ରୀ କିଛି ନୂଆ କଥା କହିନାହାନ୍ତି କି ନୂଆ ବ୍ୟବସ୍ଥା କରିନାହାନ୍ତି । ଏହି ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ପାର୍ଲିଆମେଂଟରେ ଗତ ୨୯ ମାର୍ଚ୍ଚ, ୨୦୨୨ ତାରିଖରେ ତଥ୍ୟ ରଖିଥିଲେ ବୋଲି କହିଛନ୍ତି ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ।

ଶ୍ରୀମତୀ ପରିଡା କହିଛନ୍ତି ଯେ, ୨୦୧୬ରୁ କେନ୍ଦ୍ର ସରକାର ଦେଶର ୨୯ଟି ରାଜ୍ୟର ୨୫୦ଟି ଚିହ୍ନିତ ଜିଲ୍ଲାକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନାର ସୁବିଧା ଦେଇଆସୁଥିଲେ । ସେଥିରେ ସବୁଠୁ ଅଧିକ ଲାଭ ମିଳିଥିଲା ଓଡ଼ିଶାକୁ । କାହିଁକି ନାଁ ଓଡ଼ିଶାର ୩୦ଟି ଜିଲ୍ଲାକୁ ୨୨ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଏହି ସୁବିଧା ପାଉଥିଲେ ଓ ଆଉ ୮ଟି ଜିଲ୍ଲାର ମହିଳା ଗୋଷ୍ଠୀ ଏହି ଯୋଜନାରୁ ବଂଚିତ ଥିଲେ । ତେବେ ଯଦି ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ସାହାଯ୍ୟ କରି ଋଣ ଛାଡ କରୁଛନ୍ତି ତାହେଲେ ସେତେବେଳେ ବାଦ୍ ପଡିଥିବା ବାକି ୮ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କି କି ସୁବିଧା ମୁଖ୍ୟମନ୍ତ୍ରୀ ଯୋଗାଇଛନ୍ତି ତାହାର ଉତର ବିଜୁ ଜନତା ଦଳ ରଖୁ ।

ପ୍ରଭାତୀ ପରିଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦିନ୍ ଦୟାଲ ଅନ୍ତୋଦୟ ଯୋଜନାରେ ଜାତୀୟ ଗ୍ରାମୀଣ ଜୀବନ ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ କେନ୍ଦ୍ର ସରକାର ୭% ସୁଧ ହାରରେ ଋଣ ଦେବାର ବ୍ୟବସ୍ଥା କରିଛନ୍ତି । ବ୍ୟାଙ୍କର ସାଧାରଣ ସୁଧ ହାର ୧୧% ହୋଇଥିବାବେଳେ କେନ୍ଦ୍ର ସରକାର ୪% ସୁଧ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ନିଜେ ବହନ କରନ୍ତି । ପରେ ଯେଉଁମାନେ ନିୟମିତ ଋଣ ସୁଝନ୍ତି ସେମାନଙ୍କ ପାଇଁ ଅତିରିକ୍ତ ୩% ସୁଧ ଛାଡର ବ୍ୟବସ୍ଥା କେନ୍ଦ୍ର ସରକାର କରିଥାନ୍ତି କିନ୍ତୁ ରାଜ୍ୟ ସରକାର ଋଣ ଦେଇନଥାନ୍ତି ବରଂ କେନ୍ଦ୍ର ସରକାର ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରିଥାନ୍ତି । ତତ୍‌ସହିତ ସୁଧବାବଦକୁ କେନ୍ଦ୍ର ସରକାର ବ୍ୟାଙ୍କକୁ ପୈଠ କରନ୍ତି । ବାକି ୪% ସୁଧକୁ କେବଳ ରାଜ୍ୟ ସରକାର ଛାଡ କରିପାରନ୍ତି । ଯେତିକି ସୁଧ ଛାଡ କରାଯାଇଥାଏ ସେଥିରୁ ଅଧିକ ସୁଧ କେନ୍ଦ୍ର ସରକାରଙ୍କ ଅର୍ଥରେ ଛାଡ କରାଯାଏ, ରାଜ୍ୟ ସରକାର କମ୍ ସୁଧ ଛାଡ କରନ୍ତି । କିନ୍ତୁ ସବୁବେଳେ ମିଛ ବାଃ ବାଃ ନିୟନ୍ତି ଯେ, ରାଜ୍ୟ ସରକାର ବିନା ସୁଧରେ ଏସଏଚଜିମାନଙ୍କୁ ଋଣ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କର ଯଦି ଏତେ ମା’ମାନଙ୍କ ପ୍ରତି ଦରଦ ଅଛି ତାହାଲେ ୫ଲକ୍ଷ ଋଣକୁ ବୃଦ୍ଧି କରି ୧୦ଲକ୍ଷ ପର୍ଯ୍ୟନ୍ତ କରନ୍ତୁ ବୋଲି ଶ୍ରୀମତୀ ପରିଡା ଆହ୍ୱାନ ଦେଇଛନ୍ତି ।

କେନ୍ଦ୍ର ସରକାର ସାରା ଦେଶରେ ଯେତେ ଏସଏଚଜି ଅଛନ୍ତି ସେମାନଙ୍କୁ ମିଳୁଥବା ରୁଣ ଉପରେ ୭% ସୁଧକୁ ବହନ କରିଥାଆନ୍ତି । ବାକି ଯେଉଁ ୪% ରହିଲା ତାକୁ କେବଳ ରାଜ୍ୟ ସରକାର ବହନ କରିଥାଆନ୍ତି । ଯେଉଁ ଏସଏଚଜି ମାନେ ଭଲ ପ୍ରଦର୍ଶନ କରିଥାଆନ୍ତି, ସୁଧ ଠିକ ସମୟରେ ପୈଠ କରିଥାଆନ୍ତି ସେମାନଙ୍କୁ କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତୋଦୟ ଯୋଜନା – ନ୍ୟାସନାଲ ରୁରାଲ ଲାଇଭ ହୁଡ ମିଶନ ଯୋଜନାରେ ଆଉ ୩% ସୁଧ ଛାଡ କରାଯାଏ । ଏହି ଅର୍ଥ ସମ୍ପୃର୍ଣ୍ଣ ଭାବରେ କେନ୍ଦ୍ର ସରକାର ଦେଇଥାଆନ୍ତି ।

Leave A Reply

Your email address will not be published.