Latest Odisha News

BREAKING NEWS

ଚମତ୍କାରୀ ଭୃଶଙ୍ଗ ପତ୍ରକୁ ଏପରି ବ୍ୟବହାର କରନ୍ତୁ ଦୂର ହୋଇଯିବ କେଶ ସମସ୍ୟା…

ଓଡ଼ିଶା ସମ୍ବାଦ ବ୍ୟୁରୋ : ଚିନ୍ତାର କାରଣ ପାଲଟିଛି କେଶ ଝଡ଼ିବା ସମସ୍ୟା । କେଶ ଝଡ଼ିବା ନେଇ ଆପଣ ଚିନ୍ତିତ ଅଛନ୍ତି କି ! ତେବେ ଆସନ୍ତୁ କିଛି ଉପାୟ ଆପଣେଇଲେ ଆାପଣଙ୍କ କେଶ ଝଡ଼ିବା ଦୂର ହୋଇଯିବ । ଭୃଶଙ୍ଗ ପତ୍ରକୁ ପ୍ରାୟତଃ ଆମେ ଖାଦ୍ୟରେ ବ୍ୟବହାର କରିଥାଉ । ଆପଣ ଜାଣିଛନ୍ତି କି ଚମତ୍କାରୀ ଭୃଶୁଙ୍ଗ ପତ୍ର କେଶ ପାଇଁ ବହୁ ଲାଭଦାୟକ ହୋଇଥାଏ । ଭୃଶୁଙ୍ଗ ପତ୍ର ରେ ପ୍ରଚୁର ପରିମାଣରେ ଆଣ୍ଟିମାଇକ୍ରୋବାୟଲ ରହିଥାଏ । ଏହି ପତ୍ର ବ୍ୟାକ୍ଟେରିଆକୁ ଦୂର କରି କେଶକୁ ସଂକ୍ରମଣରୁ ରକ୍ଷା କରେ । ଭୃଶୁଙ୍ଗ ପତ୍ରରେ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ୍, ଭିଟାମିନ B ଓ C ରହିଥାଏ । ଯାହାକି କେଶ ସୁସ୍ଥ ରଖିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ପତ୍ର କେଶ ବଢାଇବା ଠାରୁ ଆରମ୍ଭ କରି  ବିଭିନ୍ନ ସମସ୍ୟା ପାଇଁ ଆମେ ବ୍ୟବହାର କରିପାରିବା । ଆସନ୍ତୁ ଜାଣିବା କିପରି କେଶ ପାଇଁ ଲାଭଦାୟକ ହୋଇଥାଏ ଭୃଶୁଙ୍ଗ ପତ୍ର ।

କେଶ ବଢ଼ାଇଥାଏ – କେଶ ବଢାଇବା ପାଇଁ ଭୃଶୁଙ୍ଗ ପତ୍ର ବହୁତ ଭଲ ହୋଇଥାଏ । ଏହି ପତ୍ର ବ୍ୟବହାର କରିବା ଦ୍ଵାରା କେଶ ମୂଳ ଖୋଲିଥାଏ ଏବଂ ତ୍ୱଚା ନିଃଶ୍ୱାସ ନେଇଥାଏ । କେଶ ବୃଦ୍ଧି ପାଇଁ ଭୃଶୁଙ୍ଗ ପତ୍ରରେ ମେଥି ଓ ଅଁଳା ମିଶାଇ ଲଗାନ୍ତୁ । ଏହି ୩ଟି ଜିନିଷକୁ ଅଳ୍ପ ପାଣି ଦେଇ ପେଶୀ ଏକ ପେଷ୍ଟପ୍ରସ୍ତୁତ କରି କେଶରେ ଲଗାନ୍ତୁ ଏବଂ ୩୦ ମିନିଟ ପରେ ଧୋଇ ଦିଅନ୍ତୁ ।

ରୁପି ପାଇଁ – ଭୃଶୁଙ୍ଗ ପତ୍ରର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ କେଶରୁ ରୁପି କୁ ଦୂରେଇ ରଖେ । ଏହି ପତ୍ରକୁ ବାଟି ଦହି ସହ ମିଶାଇ ଲଗାଇ ପାରିବେ । ଏହିକୁ ଲଗାଇବାର ୧୫ ରୁ ୨୦ ମିନିଟ ପରେ କେଶକୁ ଧୋଇ ଦିଅନ୍ତୁ ।

ଡେମେଜ୍ କେଶ ପାଇଁ – କେଶ ଶୁଷ୍କ କିମ୍ବା ଡେମେଜ୍ ହୋଇ ଯାଇଥାଏ ତେବେ ଭୃଶୁଙ୍ଗ ପତ୍ର ଲଗାନ୍ତୁ । ଅଳ୍ପ ନଡ଼ିଆ ତେଲକୁ ଗରମ କରି ସେଥିରେ କିଛି ଭୃଶୁଙ୍ଗ ପତ୍ର ପକାଇ ଫୁଟାନ୍ତୁ, ପରେ ପତ୍ର କଳା ହୋଇଯିବ ପରେ ତେଲକୁ ଥଣ୍ଡା କରି ଆପଣ ରଖି ପାରିବେ । ଗାଧୋଇବାର ଏକ ଘଣ୍ଟା ପୂର୍ବରୁ ଏହି ତେଲକୁ ହାଲୁକା ଗରମ କରି କେଶ ମୂଳରେ ମାଲିସ କରନ୍ତୁ ଓ ପରେ ଧୋଇ ନିଅନ୍ତୁ ।

କେଶ ଝଡ଼ିବା ବନ୍ଦ କରିବା – କେଶ ଝଡ଼ିବା ସମସ୍ୟା ଦୂର କରେ ଭୃଶୁଙ୍ଗ ପତ୍ର । ନଡ଼ିଆ ତେଲରେ ଭୃଶୁଙ୍ଗ ପତ୍ର ଓ କିଛି ମେଥି ଦାନ ପକାଇ ଫୁଟାନ୍ତୁ । ଏହି ତେଲକୁ ସପ୍ତାହରେ ଥରେ କେଶ ମୂଳରେ ମାଲିସ କରନ୍ତୁ ଏବଂ ଏକ ଘଣ୍ଟା ରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ରାତି ସାରା ବି ରଖି ପାରିବେ ।

ତେବେ ଏହି ସବୁ ଉପାୟ ଆପଣେଇଲେ ଆପଣଙ୍କ କେଶ ସମସ୍ୟା ଦୂର ହେବା ସହ ଆପଣଙ୍କର କେଶ ସୁନ୍ଦର ଭାବେ ବଢ଼ିପାରିବ  ।

Leave A Reply

Your email address will not be published.