Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ୧୪ ଦିନ ହେଲାଣି। ତଥାପି ଦୁଇ ମିଳିତ ରାଷ୍ଟ୍ରର ଆକ୍ରମଣକୁ ଉଚିତ୍ ଜବାବ ଦେଇ ଚାଲିଛି ଇରାନ। ସମଗ୍ର ମଧ୍ୟପ୍ରାଚ୍ୟକୁ ଥରାଇ ଦେଇଥିବା ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ୧୪ ଦିନ ପରେ ମଧ୍ୟ ଇରାନ ଦୃଢ଼ ଭାବରେ ଛିଡ଼ା ରହିଛି। ହେଲେ କେମିତି…ତେବେ ଇରାନର ପ୍ରତିରକ୍ଷା ପଛରେ ମେଜର ଜେନେରାଲ ମହମ୍ମଦ ଅଲି ଜାଫରିଙ୍କ ସାମରିକ ରଣନୀତି ଥିବା ବିଶ୍ୱାସ କରାଯାଏ। ଯାହାଙ୍କ ମାଷ୍ଟରମାଇଣ୍ଡ ଆଗରେ ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲୀ ଦ୍ଵାରା ଆରମ୍ଭ ହୋଇଥିବା ‘ଅପରେସନ୍ ଏପିକ୍ ଫ୍ୟୁରି’ ବି ଫିକା ପଡୁଛି। ଆଉ ସେମାନଙ୍କ ବିରୁଦ୍ଧରେ ଏକ ପ୍ରତିଆକ୍ରମଣ ଆରମ୍ଭ କରି ନିଜ ସର୍ବୋଚ୍ଚ ନେତାଙ୍କୁ ହରାଇବା ପରେ ଏବେ ବି ଆମେରିକା ଭଳି ଦେଶର ସେନା ଆଗରେ ଦୃଢ଼ ଭାବରେ ଜବାବ ଦଉଛି।
ଆମେରିକା ଏବଂ ଇସ୍ରାଏଲ ୨୮ ଫେବୃଆରୀ, ଶନିବାର ଦିନ ଇରାନ ବିରୁଦ୍ଧରେ ଅପରେସନ ଏପିକ୍ ଫ୍ୟୁରି ଆରମ୍ଭ କରିଥିଲେ, ଯାହା ଏପର୍ଯ୍ୟନ୍ତ ଜାରି ରହିଛି। ଇରାନର ସର୍ବୋଚ୍ଚ ନେତା, ଆୟତୋଲ୍ଲା ଅଲି ଖାମେନି ଏବଂ ଜଣେ ଶୀର୍ଷ IRGC ଜେନେରାଲ ଏହି ଅପରେସନରେ ନିହତ ହୋଇଥିଲେ।
ଏପରି ପରିସ୍ଥିତିରେ ମେଜର ଜେନେରାଲ ମହମ୍ମଦ ଅଲି ଜାଫରୀଙ୍କ ସାମରିକ ରଣନୀତିକୁ ଇରାନର ପ୍ରତିରୋଧ ପଛରେ ଚାବିକାଠି ବୋଲି ବିବେଚନା କରାଯାଏ। ରିପୋର୍ଟ ଅନୁସାରେ, ଜାଫାରି ୨୦୦୩ ମସିହାରେ ଇରାକ ଉପରେ ଆମେରିକାର ଆକ୍ରମଣକୁ ନିକଟରୁ ଅଧ୍ୟୟନ କରିଥିଲେ। ଏହି ଗବେଷଣାରେ, ଜାଫାରି ଜାଣିପାରିଲେ ଯେ ଇରାକୀ ସେନାର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏହାର ଅତ୍ୟନ୍ତ କେନ୍ଦ୍ରୀକୃତ କମାଣ୍ଡ ଗଠନ, ଏବଂ ସଦ୍ଦାମ ହୁସେନଙ୍କ ନିର୍ଦ୍ଦେଶ ବିନା ଇରାକୀ କମାଣ୍ଡରମାନେ ଗୋଟିଏ ପାଦ ମଧ୍ୟ ଆଗକୁ ବଢ଼ି ପାରୁନଥିଲେ, ଯାହା କାରଣରୁ ସେମାନେ ଆମେରିକାଠାରୁ ପରାସ୍ତ ହୋଇଥିଲେ। ଯାହାକୁ ନେଇ ମେଜର ଜେନେରାଲ ମହମ୍ମଦ ଅଲି ଜାଫରି ‘ମୋଜାଇକ୍ ପ୍ରତିରକ୍ଷା ପ୍ରଣାଳୀ’ ରଣନୀତିକୁ ଇରାନର ପ୍ରତିରକ୍ଷାର ଢାଲ ଭାବେ ନିର୍ମାଣ କରିଥିଲେ। ସିଷ୍ଟମରେ, ଇରାନର ୩୧ ଟି ପ୍ରଦେଶ ଉପରେ ଆଧାରିତ। ଇରାକରୁ ଶିକ୍ଷା ନେଇ, ଜେନେରାଲ ଜାଫାରି ଇରାନର ୩୧ ଟି ପ୍ରଦେଶ ଉପରେ ଆଧାରିତ IRGCକୁ ୩୧ ଟି ଅର୍ଦ୍ଧ-ସ୍ୱାୟତ୍ତ କମାଣ୍ଡରେ ବିଭକ୍ତ କରିଥିଲେ, ଅର୍ଥାତ୍ ସେନାକୁ ଛୋଟ, ସ୍ୱାଧୀନ ୟୁନିଟରେ ବିଭକ୍ତ କରାଯାଇଥିଲା, ଏବଂ ଏହାକୁ ମୋଜାକ୍ ପ୍ରତିରକ୍ଷା ପ୍ରଣାଳୀ ନାମ ଦେଇଥିଲେ।
ଜାଫରି ପ୍ରତ୍ୟେକ ପ୍ରଦେଶ ପାଇଁ ସ୍ୱାଧୀନ ମୁଖ୍ୟାଳୟ, ଯୋଗାଯୋଗ ବ୍ୟବସ୍ଥା, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଷ୍ଟକ୍ ଏବଂ ଗୁପ୍ତଚର ସମ୍ପତ୍ତି ପ୍ରତିଷ୍ଠା କରିଛନ୍ତି। ଏହା ବ୍ୟତୀତ, ସେମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯୁଦ୍ଧ ସମୟରେ ତେହେରାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେଲେ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନଷ୍ଟ ହେଲେ ମଧ୍ୟ ସେମାନେ ଯୋଜନା ଅନୁଯାୟୀ ସ୍ୱାଧୀନ ଭାବରେ ଯୁଦ୍ଧ ଜାରି ରଖିପାରିବେ।
ଜାଫରି ଇରାନର ଭୌଗୋଳିକ ସ୍ଥିତି, ଉଚ୍ଚ ପର୍ବତମାଳା ଏବଂ ବିଶାଳ ଆଭ୍ୟନ୍ତରୀଣ କ୍ଷେତ୍ରକୁ ବ୍ୟବହାର କରି ଏହି ରଣନୀତି ବିକଶିତ କରିଛନ୍ତି। ଏହି ବ୍ୟବସ୍ଥା ଶତ୍ରୁ ବାହିନୀକୁ ଏକ ଦୀର୍ଘ ଏବଂ କ୍ଳାନ୍ତକାରୀ ଯୁଦ୍ଧରେ ଫସାଇପାରେ। ଏହା ପ୍ରମାଣ କରିଛି ଯେ ଜାଫରିଙ୍କ ସ୍ୱୟଂଚାଳିତ ମଡେଲ୍ କାମ କରୁଛି।