Latest Odisha News

କାହିଁକି ଚର୍ଚ୍ଚାରେ ଏହି ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ?

ପୁଣେ: ମହାରାଷ୍ଟ୍ରର ଜଣେ ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ ଏବେ ଚର୍ଚ୍ଚାରେ। ୨୦୨୨ ପ୍ରଶାସନିକ ପରୀକ୍ଷାରେ ୮୪୧ ରାଙ୍କ ପାଇଥିଲେ ପୂଜା ଖେଡକର। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ।

ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର। ତାଙ୍କୁ ପୁଣେରୁ ୱାଶିମକୁ ଟ୍ରାନ୍ସଫର୍ କରାଯାଇଛି। ପଦର ଅପବ୍ୟବହାର ନେଇ ପୁଣେ ଜିଲ୍ଲାପାଳ ଡ.ସୁହାସ ଦିୱାସ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ଏବେ ୱାଶିମ୍ ଜିଲ୍ଲାର ​​ସହାୟକ ଜିଲ୍ଲାପାଳ ଭାବରେ ସେ କାର୍ଯ୍ୟକରିବେ।

ପ୍ରୋବେସନ ଅବଧି ସମୟରେ ଭିଆଇପିଙ୍କ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ ସେ। କିନ୍ତୁ ନିୟମ ଅନୁସାରେ, ଜଣେ ପ୍ରୋବେସନ୍ ଅଧିକାରୀଙ୍କୁ ଭିଆଇପିଙ୍କ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଏ ନାହିଁ।

ଖାଲି ଏତିକି ନୁହେଁ ନିଜର ବ୍ୟକ୍ତିଗତ ଅଡି କାରରେ ମଧ୍ୟ ନାଲି-ନୀଳ ବତୀ ଲଗାଇବା ସହ ଭିଆଇପି ନମ୍ବର ପ୍ଲେଟ ବ୍ୟବହାର କରିଥିଲେ।

Comments are closed.