ମୁମ୍ଵାଇ: ଅଭିନେତା ରାଘବ ତିୱାରୀ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାବେ ତାଙ୍କୁ ବିଚ୍ ରାସ୍ତାରେ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅଭିନେତା ରାଘବ ତିୱାରୀ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ଭର୍ସୋଭା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଟିଭି ଜଗତର ପ୍ରସିଦ୍ଧ ସିରିଏଲ କ୍ରାଇମପେଟ୍ରୋଲରେ ତାଙ୍କ ଭୂମିକା ପାଇଁ ରାଘବ ତିୱାରୀ ବେଶ୍ ଜଣାଶୁଣା।
ସୂଚନା ମୁତାବକ, ରାଘବ ତିୱାରୀ ନିଜ ସାଙ୍ଗଙ୍କ ସହ ସପିଂ କରିବା ପରେ ଘରକୁ ଫେରୁଥିଲେ। ରାସ୍ତା ପାର ହେଉଥିବା ବେଳେ ସେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ହୋଇଯାଇଥିଲେ। ଏନେଇ ସେ ବାଇକ୍ ଚାଳକଙ୍କୁ କ୍ଷମା ମାଗିଥିଲେ। ହେଲେ ବାଇକ୍ ଚାଳକ କିନ୍ତୁ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାପରେ ଅଭିଯୁକ୍ତ ବାଇକ୍ ଚାଳକ ରାଗରେ ତାଙ୍କ ଉପରେ ଦୁଇ ଥର ଛୁରୀରେ ଆକ୍ରମଣ କରିଥିଲା।
କୌଣସି ପ୍ରକାରେ ସେ ଏଥିରେ ବର୍ତ୍ତି ଯାଇଥିଲେ। କିନ୍ତୁ ଏତିକିରେ ଅଟକି ନଥିଲେ ବାଇକ୍ ଚାଳକ। ସେ ନିଜ ଗାଡିରୁ ମଦ ବୋତଲ ଓ ଏକ ଲୁହା ରଡ୍ ଆଣି ଅଭିନେତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହୋଇଥିଲେ। ପରେ ତାଙ୍କ ସାଙ୍ଗମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ଅଭିନେତା ଭର୍ସୋଭା ଥାନରେ ଅଭିଯୁକ୍ତ ବାଇକ୍ ଚାଳକ ମହମ୍ମଦ ଜୈଦ ପରବେଝ ଶେଖଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ହେଲେ ଏହି ଘଟଣାରେ ଏଯାଏ କାହାକୁ ଗିରଫ କରି ନାହିଁ।