Latest Odisha News

BREAKING NEWS

ଏଚଏମପିଭି ଆକ୍ରାନ୍ତ ୨ ଶିଶୁ ଚିହ୍ନଟ, କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ

ନୂଆଦିଲ୍ଲୀ: ଚାଇନାରେ କାୟା ବିସ୍ତାର କରିଥିବା ଏଚଏମପିଭି ଭାଇରସର ଦୁଇଟି ମାମଲା ଭାରତରେ ଚିହ୍ନଟ ହୋଇଛି। ଏନେଇ ସରକାର ସ୍ପଷ୍ଟ କରିଛନ୍ତି।

ଆଇସିଏମଆର ଅନୁଯାୟୀ, ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଦୁଇ ପିଲାଙ୍କଠାରେ ଏହି ଜୀବାଣୁ ଠାବ ହୋଇଛି। ଏମାନଙ୍କ ମଧ୍ୟରେ ରହିଛି ଜଣେ ତିନି ମାସର କନ୍ଯା ସନ୍ତାନ ଏବଂ ଅନ୍ୟ ଜଣେ ହେଉଛି ୮ ମାସର ପୁତ୍ର ଶିଶୁ।

ତେବେ ଏହି ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି। ଅପରପକ୍ଷରେ ଏହି ଦୁଇ ସଂକ୍ରମିତଙ୍କ କୌଣସି ଆନ୍ତର୍ଜାତୀୟ ଟ୍ରାଭେଲ୍ ହିଷ୍ଟ୍ରି ନାହିଁ ବୋଲି ଜଣାପଡିଛି।

Comments are closed.