Latest Odisha News

BREAKING NEWS

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ମା’ ଓ ସମ୍ପର୍କୀୟ ଭଉଣୀ ମୁହାଁମୁହିଁ…

ଭୁବନେଶ୍ବର: ଆରପାରିରେ ଓଡ଼ିଆ ସଙ୍ଗୀତ ଜଗତର ଭର୍ସାଟାଇଲ୍ ସିଙ୍ଗର ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି । ତେବେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ତାଙ୍କ ମାଆ । ଏହାକୁ ନେଇ ମୁହାଁମୁହିଁ ହେଇଛନ୍ତି ହ୍ୟୁମାନଙ୍କ ମାଆ ଓ ସମ୍ପର୍କୀୟ ଭଉଣୀ ।

ମାଆଙ୍କ ଅଭିଯୋଗ ଅନୁସାରେ, ହ୍ୟୁମାନ ସାଗରଙ୍କୁ ଉତ୍ତମ ଚିକିତ୍ସା ପାଇଁ ସେ ଦିଲ୍ଲୀ ପଠେଇବାକୁ ଚାହୁଁଥିଲେ ହେଲେ, ତାଙ୍କର ସହଯୋଗୀମାନେ ତାଙ୍କୁ ଭୁବନେଶ୍ବରରେ ହିଁ ପକେଇ ରଖିଥିଲେ ଆଉ କାମରେ ମଧ୍ୟ ନିୟୋଜିତ କରୁଥିଲେ । ଅନ୍ୟପଟେ, ତାଙ୍କ ସମ୍ପର୍କୀୟ ଭଉଣୀ ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କ ଭାଇ ହ୍ୟୁମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଉନଥିଲା ।

ହ୍ୟୁମାନଙ୍କ ନିଜ ମାଆ ଓ ପତ୍ନୀ ତାଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରିଥିଲେ । ମେଡିକାଲରେ ୨୪ ଘଣ୍ଟା ପରିବର୍ତ୍ତେ ୧ ଘଣ୍ଟା ରହି ଚାଲିଯାଉଥିଲେ ତାଙ୍କ ପତ୍ନୀ । ଏପରିକି ତାଙ୍କ ଝିଅକୁ ଦେଖିବାକୁ ଚାହୁଁଥିବା ସତ୍ତ୍ବେ ତାଙ୍କୁ ଦେଖାକରଉନଥିଲେ । ଭଉଣୀ ଆହୁରି କହିଛନ୍ତି ଯେ, ହ୍ୟୁମାନଙ୍କ ଘରେ ଗଣ୍ଡା ଗଣ୍ଡା ଚାକର ଥିବା ସତ୍ତ୍ବେ ତାଙ୍କ ଖାଇବା ମେଡିସିନ ଖାଇବା କଥା କେହି ବୁଝୁ ନଥିଲେ । ଏପରିକି ମାଆ ଓ ପୁଅର ସମ୍ପର୍କରେ ଫାଟ ଥିବା ବି କହିଛନ୍ତି ତାଙ୍କ ଭଉଣୀ ।

ଏପଟେ, ହ୍ୟୁମାନଙ୍କ ସହଯୋଗୀ ମଧ୍ୟ ସମାନ କଥା ଉଠାଇଛନ୍ତି, ସେ କହିଛନ୍ତି ଆମେ ତାଙ୍କୁ ମେଡିକାଲ ନଉ ହେଲେ ତାଙ୍କ ଘରେ ତାଙ୍କ ଯତ୍ନ ନେବା ଠିକ ଟାଇମରେ ମେଡିସିନ ଓ ଖାଇବା ଖର୍ଚ୍ଚ ଦେବା ତାଙ୍କ ପରିବାରର ଦାୟିତ୍ବ ଯୋଉଟାକି ଠିକ ଭାବେ କେହି ବୁଝି ନଥିଲେ ।

ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଓଲିଉଡଜଗତରେ ଶୋକର ଛାୟା ଖେଳିଯାଇଛି । ହ୍ୟୁମାନଙ୍କର ଜନ୍ମ ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରର ଦେବନ୍ଦପଡାରେ । କିଛି ବର୍ଷ ତଳେ ତାଙ୍କ ବାପା ଓ ସାନ ଭାଈଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମା’ ଜଣେ ଶିକ୍ଷାବିତ୍‌ । ଜନ୍ମସ୍ଥାନ ଟିଟିଲାଗଡ଼ର ଡେଙ୍ଗ’ଗାଁରେ ହେବ ହ୍ୟୁମାନ ସାଗରଙ୍କ ଶେଷକୃତ୍ୟ । କଟକ ବାସଭବନରୁ ଟିଟିଲାଗଡ଼ର ଅଭିମୁଖେ ନିଆଯାଇଛି ପାର୍ଥୀବ ଶରୀର ।

Comments are closed.