Latest Odisha News

କରୋନା‌ ଭାରିଏଣ୍ଟର ନାମକରଣ କଲା ଡବ୍ଲ୍ୟୁଏଚଓ, କ’ଣ ରହିଛି ଭାରତରେ ଚିହ୍ନଟ ଭାରିଏଣ୍ଟ ନାମ…

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ମିଳିଥିବା କରୋନା ଭାଇରସ B1.617.2 ଭାରିଏଣ୍ଟର ନାମକରଣ କରିଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, B.1.617.2 ‘ଡେଲଟା’ ଭାବରେ ନାମିତ ହୋଇଛି।

ଭାରତରେ ଚିହ୍ନଟ ଅନ୍ୟ ଏକ ଭାରିଏଣ୍ଟ B.1.617.1 ର ନାମ ‘କାପ୍ପା’। ଅକ୍ଟୋବର 2020 ରେ ପ୍ରଥମଥର ପାଇଁ ଭାରତରେ କରୋନାର ଏହିସବୁ ଭାରିଏଣ୍ଟ ଚିହ୍ନଟ କରାଯାଇଥିଲା।

WHO ପକ୍ଷରୁ ଗ୍ରୀକ୍ ଆଲ୍ଫାବେଟ୍ କୁ ଆଧାର କରି ବିଶ୍ବର ଅନ୍ୟ ଦେଶରେ ମିଳୁଥିବା ଭାରିଏଣ୍ଟର ନାମକରଣ କରାଯାଇଛି। କରୋନାର ବିଭିନ୍ନ ପ୍ରକାରକୁ ଦେଶର ନାମ ସହିତ ଯୋଡିବାକୁ ନେଇ ବିବାଦ ଦେଖାଦେଇଥିଲା। ଭାରତ ସରକାର ମଧ୍ୟ B.1.617.2 କୁ ଭାରତୀୟ ଭାରିଏଣ୍ଟ ବୋଲି କୁହାଯିବା ପରେ ଦୃଢ ବିରୋଧ କରିଥିଲା।

ସେପ୍ଟେମ୍ବର 2020ରେ ବ୍ରିଟେନରେ ଚିହ୍ନଟ ହୋଇଥିବା ପ୍ରଥମ କରୋନାଭାଇରସର B.1.1.7 ଭାରିଏଣ୍ଟର ନାମ ‘ଆଲଫା’ ରଖାଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାରେ B.1.351 ଭାରିଏଣ୍ଟର ନାମ ବିଟା ରଖାଯାଇଛି। ନଭେମ୍ବର 2020ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ମିଳିଥିବା P.1 ଭାରିଏଣ୍ଟକୁ ‘ଗାମା’ ନାମରେ ନାମିତ କରାଯାଇଛି।

ସେହିପରି ମାର୍ଚ୍ଚ 2020ରେ ଆମେରିକାରେ ମିଳିଥିବା B.1.427 / B.1.429 ଭାରିଏଣ୍ଟ ‘ଆପଲେସନ୍’ ନାମିତ ହୋଇଛି। ଏପ୍ରିଲ୍ 2020ରେ ବ୍ରାଜିଲରେ ମିଳିଥିବା P.2 କୁ ‘ଜିଟା’।

ଅନେକ ଦେଶରେ ମିଳୁଥିବା B.1.525 ପ୍ରକାର ‘ଇଟା’। ଫିଲିପାଇନ୍ସରେ ମିଳିଥିବା P.3କୁ ‘ଥୀଟା’ ଭାବେ ନାମିତ କରାଯାଇଛି। ଏହାବ୍ୟତୀତ ନଭେମ୍ବର 2020 ରେ ଆମେରିକାରେ B.1.526 ‘ଲୋଟା’ ନାମରେ ନାମିତ ହୋଇଛି।

Leave A Reply

Your email address will not be published.