Latest Odisha News

BREAKING NEWS

ଟିଟୋ ସହଯୋଗୀ ଜିଲ୍ଲା ବିଜେଡି ଉପସଭାପତି, ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଭାବେ ଗ୍ଯାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନିଯୁକ୍ତି ପରେ ବିବାଦ ଉପୁଜିଛି । ବାପୁ ପରିଡ଼ା ନାଁ କିଏ ଦେଲା ? ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସମ୍ବିତ କହିଛନ୍ତି, ଆମକୁ କୁହାଯାଇଥିଲା ପ୍ରତି ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ତାଲିକା ଦେବାକୁ କୁହାଯାଇଥିଲା । ମୁଁ କିନ୍ତୁ ନାଁ ଦେଇନି । ଯିଏ ପୂର୍ବତନ ଜିଲ୍ଲା ସଭାପତି ଥିଲେ, ସେ ନାଁ ଦେଇଛନ୍ତି । ମୁଁ ପଚାରିବାରୁ ପ୍ରଶାନ୍ତ ମୁଦୁଲି ନାଁ ଦେଇଥିବା କହିଛନ୍ତି ସମ୍ବିତ ରାଉତରାୟ ।

ସମ୍ବିତ ଆହୁରି କହିଛନ୍ତି, ମୁଁ କିଛି ନାଁ ଦେଇଥିଲି, ସେଥିରୁ କିଛି ନାଁ କଟି ଯାଇଛି । ଆମ ପରିବାର ବଡ଼ । ମୁଁ ସୁପାରିସ୍ କରିଥିବା ନାଁ ମଧ୍ୟରୁ ୨ଟି କଟିଥିବା ବେଳେ ଅନ୍ୟ ୨ଟି ଯୋଡ଼ି ହୋଇଛି । ମୁଁ ମୋ କାର୍ଯ୍ୟ କରୁଛି । କିଏ, କେଉଁ ପଦ ପଦବୀରେ ରହିଲେ ମୋର କିଛି ଅସୁବିଧା ନାହିଁ ବୋଲି ସମ୍ବିତ କହିଥିବା ବେଳେ ଏନେଇ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.