Latest Odisha News

BREAKING NEWS

କରୋନା ଯାଂଚ ଲାଗି ଚୀନ୍ ଯିବେ WHOର ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ: ଏନେ ଚୀନ୍‌କୁ ମହଙ୍ଗା ପଡିପାରେ କରୋନା ଭାଇରସର ତଥ୍ୟ ଲୁଚାଇବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଆସନ୍ତା ସପ୍ତାହରେ ଚୀନ୍ ଗସ୍ତ କରି କରୋନା ଭାଇରସ ବାବଦରେ ଅନୁଧ୍ୟାନ କରିବ। କେମିତି କରୋନା ଆସିଲା, କିଭଳି ବ୍ୟାପିଲା ଏସବୁ ଦିଗକୁ ନେଇ WHO ଟିମ୍ ତଦନ୍ତ କରିବ ବୋଲି ଜଣାପଡ଼ିଛି।

କରୋନା ଭାଇରସର ତଦନ୍ତ ନେଇ ଆମେରିକା, ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ଦାବି କରିଥିଲେ। ଏହାକୁ ନେଇ ଜାତିସଂଘରେ ମଧ୍ୟ ଆଲୋଚନା ହୋଇଛି। ଚୀନ ତଦନ୍ତ ଦାବିକୁ ପ୍ରଥମେ ଖାରଜ କରିଥିଲା । ପରେ ଅନେକ ଦେଶ ତଦନ୍ତ ନେଇ ଦାବି କରିବାରୁ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ ଅନୁମତି ଦେଇଛନ୍ତି ।

ଭାଇରାଲ ନିମୋନିଆ ସମ୍ପର୍କରେ ଡବ୍ଲୁଏଚଓ କଣ୍ଟ୍ରି ଅଫିସଙ୍କୁ ଉହାନ୍‌ ମ୍ୟୁନିସିପାଲ ହେଲ୍‌ଥ  କମିସନ ଏକ ବୟାନ ଜାରି କରିଥିଲେ। ତେବେ ସେତେବେଳକ କରୋନା ମହାମାରୀ ସାରା ବିଶ୍ୱକୁ ପହଞ୍ଚି ସାରିଥିଲା। କରୋନା ବ୍ୟାପିବାର ପ୍ରାୟ ୬ ମାସ ପରେ ଡବ୍ଲୁଏଚଓ ମାମଲାର ତଦନ୍ତ ଲାଗି ଚୀନକୁ ଏକ ଟିମ୍‌ ପଠାଇବେ। ତେବେ ଭୂତାଣୁର ଉତ୍ପତି ନେଇ ଯାଞ୍ଚର ଜରୁରି ଥିବା ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ କହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଅନ୍ତିମ ବେଳକୁ ଚୀନର ଉହାନରୁ କରୋନା ବ୍ୟାପିଥିଲା। ଏହାର ଦୁଇ ସପ୍ତାହ ପରେ ଚୀନ କରୋନା ବାବଦାରେ ଦୁନିଆକୁ ଅବଗତ କରାଇଥିଲା। କରୋନା ପାଇଁ ଏବେ ଚୀନ୍ ଅନେକ ଦେଶର ଆକ୍ରୋଶର ଶିକାର ହୋଇଛି। ଏଯାବତ ପ୍ରଭାବିତ ଦେଶମାନଙ୍କରେ ଆମେରିକା ସର୍ବାଧିକ କ୍ଷତି ରହିଛି। ସାରା ବିଶ୍ୱରେ  ୧୦ ମିଲିୟନରୁ ଅଧିକ ଲୋକେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକେ ପ୍ରାଣ ହରାଇଲେଣି।

Leave A Reply

Your email address will not be published.