Latest Odisha News

BREAKING NEWS

ଆଜି ରାତିରେ କେଉଁ ସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ଆକଳନ କରାଯାଇଛି।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ନୂଆପଡା, ବଲାଙ୍ଗିର, ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, କନ୍ଧମାଳ,ଖୋର୍ଦ୍ଧା (ଭୁବନେଶ୍ୱର), କଟକ ଓ ପୁରୀ ଆଦି ଜିଲ୍ଲା ରହିଛି।

ରାଜ୍ୟର ଏହି ୧୩ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି, ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି।

ଏହିସବୁ ଜିଲ୍ଲାଗୁଡିକରେ ଆଜି ସନ୍ଧ୍ୟା ୬ଟା ୩୦ମି.ରୁ ରାତି ୯ଟା ୩୦ମି. ଯାଏଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.