Latest Odisha News

କରୋନାର ପରବର୍ତ୍ତୀ ଭାରିଆଣ୍ଟ ଓମିକ୍ରନଠୁ ଅଧିକ ଘାତକ ହୋଇପାରେ, ଚେତେଇଲା WHO

ଓ୍ୱାଶିଂଟନ୍: କରୋନାର କେବେ ହେବ ଅନ୍ତ ? ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ପାଖାପାଖି 3 ବର୍ଷ ହେବ ସାରା ବିଶ୍ୱ ମହାମାରୀ ସହ ଲଢୁଛି । ଆଗକୁ କରୋନାର ନୂଆ ଭାରିଆଣ୍ଟ ଆସିଲେ ତାହା ଅଧିକ ଘାତକ ହେବ । ଓମିକ୍ରନଠାରୁ ଅଧିକ ସଂକ୍ରାମକ ହୋଇପାରେ । ଏପିରିକି ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ପ୍ରଣଘାତୀ ବି ହୋଇପାରେ । ଏଭଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । WHOର ମହାମାରୀ ବିଶେଷଜ୍ଞ ତଥା ଟେକ୍ନିକାଲ୍ ଲିଡ୍ ଡ. ମାରିଆ ଭାନ୍ ଏକଥା କହିଛନ୍ତି ।

ଡ. ମାରିଆ ଭାନ କହିଛନ୍ତି, ମହାମାରୀର ଅନ୍ତ ହେବାକୁ ଆହୁରି ସମୟ ବାକି ରହିଛି । ମହାମାରୀର ଶେଷ କେବେ ହେବ ସେ ଉତ୍ତର କାହା ପାଖରେ ନାହିଁ । ଭବିଷ୍ୟତିରେ କୋଭିଡ-୧୯ର ନୂଆ ଭାରିଏଣ୍ଟ ଆସିପାରେ । ନୂଆ ଷ୍ଟ୍ରେନ୍ ବର୍ତ୍ତମାନ ସକ୍ରିୟ ଥିବା ଓମିକ୍ରନଠାରୁ ଅଧିକ ଘାତକ ହେବାର ଯଥେଷ୍ଟ ଆଶଙ୍କା କରାଯାଉଛି। କେତେ ଘାତକ ହେବ ଏବେ କହିବା ମୁସ୍କିଲ ବୋଲି ମାରିଆ ଭାନ୍ କହିଛନ୍ତି ।

ସେ ଆହୁରି କହିଛନ୍ତି, ନୂଆ ଭାରିଏଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇପାରେ । ଓମିକ୍ରନ ଭଳି ଟିକାର ପ୍ରଭାବ ସମ୍ଭାବ୍ୟ ନୂଆ ଭାରିଏଣ୍ଟ ଆଗରେ ଫିକା ପଡ଼ିପାରେ । ତେଣୁ ଏବେ ମହାମାରୀ ସରି ଆସୁଛି ଭାବିବା ଭୁଲ୍ । ଅଧିକ ଆମକୁ ସତର୍କ ରହିବାକୁ ହେବ । ତେବେ ଟିକାର ଦୁଇଟି ଡୋଜ୍ ନେଇଥିଲେ ଓମିକ୍ରନ୍ ବହୁବିଧ ରୋଗରେ ପୀଡ଼ିତ ଆକ୍ରାନ୍ତଙ୍କୁ ସୁରକ୍ଷା ଦେବା ସହ ମୃତ୍ୟୁସଂଖ୍ୟା କମାଯାଇ ପାରିଛି ।

Comments are closed, but trackbacks and pingbacks are open.