Latest Odisha News

BREAKING NEWS

ମାଓ ପୋଷ୍ଟର ସ୍ଥାନରେ ପୁଣି ଲାଣ୍ଡମାଇନ୍ ବିସ୍ଫୋରଣ, ଯୁବକ ମୃତ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ପୁଣି ହେଲା ଲାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ପ୍ରାଣ ହରାଇଛନ୍ତି କିଆମୁଣ୍ଡା ଗାଁରେ ପ୍ରିୟରଞ୍ଜନ କହଁର ।

ଗତକାଲି ବିସ୍ଫୋରଣ ସ୍ଥାନରେ ମାଓବାଦୀ ପୋଷ୍ଟର ମାରିଥିଲେ । ଏଥିସହ ସେଠାରେ ଠିକା କାମରେ ନିୟୋଜିତ ଏକ ଜେସିବି ମେସିନକୁ ଜାଳି ଦେଇଥିଲେ ମାଓବାଦୀ । ପଞ୍ଚାୟତ ନିର୍ବାଚନକୁ ବିରୋଧ କରିବା ସହ ଭୋଟ୍ ବର୍ଜନ ନେଇ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିଲେ । ଆଜି ସେହି ସ୍ଥାନରେ ଲାଣ୍ଡମାଇନ୍ ବିସ୍ଫୋରଣ ଜଣେ ଯୁବକଙ୍କ ଜୀବନ ନେଇଛି ।

ଗତ ସପ୍ତାହରେ କଳାହାଣ୍ଡି ଜିଲ୍ଲାରେ ମାଓ ପୋଷ୍ଟର ଲାଗିଥିବା ସ୍ଥାନକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ମୃତ ସାମ୍ବାଦିକ ହେଲେ ରୋହିତ ବିଶ୍ୱାଳ । ଗତ ୫ ‍ତାରିଖରେ ଏମ୍. ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ପାଖରେ ମାଓବାଦୀ ପୋଷ୍ଟର ଲଗାଇଥିବା ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା ।

Comments are closed, but trackbacks and pingbacks are open.