Latest Odisha News

BREAKING NEWS

ଓସ୍କାର ୨୦୨୨ନୋମିନେଶନ: ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର

ନୂଆଦିଲ୍ଲୀ: ଓସ୍କାର ୨୦୨୨ ନୋମିନେଶନରେ ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର । ରିଂଟୁ ଥୋମାସ ଓ ସୁସ୍ମିତ ଘୋଷ ଏହି ଡକ୍ୟୁମେଂଟ ଫିଲ୍ମ ପ୍ରସ୍ତୁତ କରିଥିଲେ । ନୋମିନେଶନରେ ସାମିଲ ହେବା ଶୁଣିବା ପରେ ରିଂଟୁ ଓ ଥୋମାସ ଖୁସିରେ ନାଚିଥିଲେ । ରିଂଟୁ ଟୁଇଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଓସ୍କାର ପୁରସ୍କାର ପାଇଁ ରାଇଟିଂ ୱିଥ ଫାୟାରକୁ ଆସେନଶନ, ଆଟିକା, ଫ୍ଲି ଓ ସମର ଅଫ ସୌଲ ସହ ମୁକାବିଲା କରିବାକୁ ପଡିବ ।

BjdElectrycity

କିପରି ଜଣେ ଦଳିତ ମହିଳା ବିଭିନ୍ନ କଷ୍ଟ ସହି ଖବରକାଗଜ ଚଳାଉଛନ୍ତି ତାହା ଏହି ଡକ୍ୟୁମେଂଟରେ ଦର୍ଶାଯାଇଛି । ୨୭ ମାର୍ଚ୍ଚ ୨୦୨୨ରେ ଓସ୍କାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ । ଡକ୍ୟୁମେଂଟ ୱିଥ ଫାୟାର ଇତିହାସ ସୃଷ୍ଟି କରିବ କି ନାହିଁ ତାହା ଏହି ଦିନ ଜଣାପଡିବ ।

Comments are closed, but trackbacks and pingbacks are open.