ଢାକା:ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଅମ୍ରିତ ମଣ୍ଡଳ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଦୀପୁ ଚନ୍ଦ୍ର ଦାସଙ୍କ ପରେ ଅମ୍ରିତ ମଣ୍ଡଳଙ୍କୁ ଏବେ ଏକ ଭିଡ଼ ପିଟି ପିଟି ହତ୍ୟା କରିଛି।
ରିପୋର୍ଟ ଅନୁସାରେ, ରାଜବାଡ଼ି ଜିଲ୍ଲାର ପାଙ୍ଗସା ଉପଖଣ୍ଡରେ ରାତି ପ୍ରାୟ ୧୧ଟାରେ ୨୯ ବର୍ଷୀୟ ଅମୃତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା। ଏହି ସ୍ଥାନଟି ରାଜଧାନୀ ଢାକାରୁ ପ୍ରାୟ ସାଢ଼େ ତିନି ଘଣ୍ଟା ଦୂରରେ ଅବସ୍ଥିତ।
ପୋଲିସ କହିଛି ଯେ ସ୍ଥାନୀୟ ବାସିନ୍ଦା ଅମୃତ ମଣ୍ଡଳଙ୍କ ଉପରେ ଦାଦାବଟି ଆଦାୟର ଅଭିଯୋଗ ଆଣିଥିଲେ, ଯାହା ପରେ ପରିସ୍ଥିତି ଭିଡ଼ ହିଂସାରେ ପରିଣତ ହୋଇଥିଲା। ପୋଲିସ କହିଛି ଯେ ମଣ୍ଡଳଙ୍କୁ “ସମ୍ରାଟ ବାହିନୀ” ନାମକ ଏକ ସ୍ଥାନୀୟ ଗ୍ୟାଙ୍ଗର ନେତା ଭାବରେ ସେମାନଙ୍କ ରେକର୍ଡରେ ତାଲିକାଭୁକ୍ତ କରାଯାଇଥିଲା।
କିଛି ରିପୋର୍ଟରେ ଅମୃତ ମଣ୍ଡଳଙ୍କୁ ହିନ୍ଦୁମାନଙ୍କର ନେତା ଭାବରେ କୁହାଯାଇଛି । ସେ ଦୀର୍ଘ ସମୟ ଧରି ଦାଦାବଟି ଆଦାୟ ଏବଂ ଅନ୍ୟାନ୍ୟ ଅପରାଧରେ ଜଡିତ ଥିବା କହି ହତ୍ୟାକୁ ଠିକ୍ କହିଛନ୍ତି ଭିଡ ।
ବାଂଲାଦେଶରେ ଭିଡ ହିଂସାର ବୃଦ୍ଧି ପାଉଥିବା ଘଟଣା ଚିନ୍ତାର କାରଣ ପାଲଟିଛି । ଏହି ମାମଲାରେ ପୋଲିସ ସଲିମ ନାମକ ଜଣେ ଯୁବକଙ୍କୁ ହେପାଜତକୁ ନେଇଛି।