Latest Odisha News

ଭୁବନେଶ୍ଵର ଏମ୍ସରେ ସିବିଆଇ ରେଡ୍

ଭୁବନେଶ୍ଵର: ଭୁବନେଶ୍ବର ଏମ୍‌ସରେ ସିବିଆଇର ରେଡ୍‌ । ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି ସିବିଆଇ । ସ୍କାମର ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ୭୭୫ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ନେଇ ପ୍ରମାଣ ମିଳିଛି । ତେବେ ରେଡ୍‌ ବେଳେ ବହୁ କାଗଜପତ୍ର ଜବତ କରିଛି ସିବିଆଇ ।

ସୂଚନା ଅନୁସାରେ, ଏମ୍ସରେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ଚଢଉ କରିଛି ସିବିଆଇ ଟିମ୍। ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ସିବିଆଇ ହାତରେ ଲାଗିଛି । ଚଢ଼ାଉରେ ସିବିଆଇ ଟିମରେ ୯ ଜଣ ସଦସ୍ୟ ସାମିଲ୍ ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରେ ଏମ୍‌ସରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ସ୍ଥିତ ଏମ୍‌ସ ନିଜସ୍ୱ ପରୀକ୍ଷା କରି ନିଯୁକ୍ତି ଦେଇଥିବା ନେଇ ଅଭିଯୋଗ ହୋଇଛି । ଗାଜିଆବାଦ ଓ ଗୋରଖପୁରର ଜାଲ ଡକ୍ୟୁମେଣ୍ଟ ଜରିଆରେ ଭୁବନେଶ୍ୱରର ୫ ଜଣ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ ପରେ ଶେଷରେ ଆଜି ସିବିଆଇର ୯ଜଣ ସଦସ୍ୟ ଚଢାଉ କରିଛନ୍ତି ।

 

Comments are closed.