Latest Odisha News

BREAKING NEWS

ଭୁବନେଶ୍ୱରରେ ମ୍ୟାଡ୍ ମୁଲ୍ ବାର୍ ସିଲ୍, ମାନୁ ନଥିଲେ ନାଇଟକର୍ଫ୍ୟୁ ନିୟମ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ଯୋଗୁ ବାର୍ ସିଲ୍ । ଭୁବନେଶ୍ୱର ଜନପଥରେ ଥିବା ମ୍ୟାଡ୍ ମୁଲ୍ ବାରକୁ ସିଲ୍ କରିଛି ବିଏମସି । ରାତି ୧୦ଟା ପରେ ବାର୍ ଚାଲିଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲେ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଓ ଖାରବେଳ ନଗର ଥାନା ପୋଲିସ ।

ନାଇଟକର୍ଫ୍ୟୁ କଟକଣାର ଉଲ୍ଲଂଘନ କରି ରାତି ୧୦ଟା ପରେ ବାର୍ ଚଳାଇବା ଅଭିଯୋଗରେ ସିଲ୍ ହୋଇଛି ମ୍ୟାଡ୍ ମୁଲ୍ ବାର୍ । ବାର୍ ବାହାରୁ ସଟର୍ ପଡ଼ିଥିଲା । ଭିତରେ ଚାଲିଥିଲା ପାର୍ଟି । ମଉଜ ମଜଲିସରେ ମାତିଥିଲେ ଉଭୟ ପୁରୁଷ ଓ ମହିଳା ।

ଖବର ପାଇଁ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରେଡ୍ କରିଥିଲେ । କୋଭିଡ୍ ଗାଇଲାଇନ୍ ଅନୁସାରେ ରାଜ୍ୟର ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ନାଇଟକର୍ଫ୍ୟୁ । କେବଳ ଜାରି ରହିବ ଅତ୍ୟାବଶ୍ୟକ ସେବା । କିନ୍ତୁ ରାଜଧାନୀରେ କିଛି ବାର୍ ରାତ୍ରିକାଳୀନ କର୍ଫ୍ୟୁ କଟକଣାକୁ ମାନୁ ନାହାନ୍ତି ।

Leave A Reply

Your email address will not be published.