ବେଙ୍ଗାଲୁର: ଆଇପିଏଲ ୨୦୨୫ର ମେଗା ନିଲାମ ଶେଷ ହୋଇଯାଇଛି । ଷ୍ଟାର ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ଆରସିବି ଏଥର ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ତେବେ ଦଳ କାହାକୁ ଅଧିନାୟକ କରିବ ତାହା ସ୍ପଷ୍ଟ ହୋଇନି । ଦଳ ଏଥର ୨୨ ଖେଳାଳିଙ୍କୁ ଦଳରେ ନେଇଛି । ବିରାଟ କୋହଲି, ରଜତ ପାଟୀଦାର ଓ ୟଶ ଦୟାଲଙ୍କୁ ଦଳ ରିଟେନ କରିଥିଲା । କୋହଲି ଦଳର ଅଧିନାୟକ ହେବେ ବୋଲି ଆଲୋଚନା ଜୋର ଧରିଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନି ।
କୋହଲିଙ୍କ ବ୍ୟତୀତ ଫିଲ ସଲ୍ଟ ଓ ଲିୟାମ ଲିଭିଂଷ୍ଟୋନ ମଧ୍ୟ ଦଳର ନେତୃତ୍ୱ ନେବା ସମ୍ଭାବନା ରହିଛି । ସଲ୍ଟ କେକେଆର ଟିମ ସହିତ ରହିଥିଲେ । ତାଙ୍କର ବିସ୍ଫୋରକ ବ୍ୟାଟିଂ ଦଳକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତ ସଂସ୍କରଣରେ ଲିଭିଂଷ୍ଟୋନ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିଥିଲେ । ଫିନିଶର ଅଲରାଉଣ୍ଡର ଭାବେ ସେ ନିଜର ଏକ ଛାପ ଛାଡିଛନ୍ତି । ଉପରୋକ୍ତ ୩ଜଣ ଖେଳାଳି କିମ୍ବା ଅନ୍ୟ କୌଣସି ଯୁବ ଖେଳାଳିଙ୍କୁ ଦଳ ଆବଶ୍ୟକ ପଡିଲେ ନେତୃତ୍ୱ ଦାୟିତ୍ୱ ନେଇପାରନ୍ତି ।