ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକଡାଉନ୍ ଲାଗୁ ହୋଇଛି । ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ସହ ବିଭିନ୍ନ ଜରୁରୀକାଳୀନ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କୁ ଅଫିସ୍ ଯିବା ପାଇଁ ଅନୁମତି ମିଳିଛି । ତେବେ, ପୋଲିସ୍ ଏଥିପାଇଁ କୌଣସି ପାସ୍ ଦେଉନାହିଁ । କେବଳ ପରିଚୟପତ୍ର ଦେଖାଇ ଯାତାୟତ କରି ହେଉଛି । ଏହାର ଫାଇଦା ନେଇ କେତେକ ଲକ୍ଡାଉନ୍ରେ ପରିଚୟ ପତ୍ର ଧରି ମନଇଚ୍ଛା ବୁଲୁଛନ୍ତି ।
ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଲକଡାଉନ୍ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସିପି କହିଛନ୍ତି । ଲକ୍ଡାଉନ୍ରେ ଯିବା ଆସିବା ପାଇଁ ପୋଲିସ କାହାକୁ ପାସ୍ ଦେଇନି। କିଛି ଲୋକ ପରିଚୟପତ୍ରର ଦୁରୂପଯୋଗ କରି ମନଇଚ୍ଛା ବୁଲୁଛନ୍ତି ବୋଲି କହିଛନ୍ତି ପୋଲିସ କମିଶନର ।
କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ତାଲିକା ଦେବ । କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରିବାକୁ ସଂସ୍ଥାଗୁଡ଼ିକୁ ପୋଲିସ କମିଶନର କହିଛନ୍ତି । ଏଥିସହ ଲକଡାଉନ ସମୟରେ ଅଫିସ ଯାଉଥିବା କର୍ମଚାରୀଙ୍କୁ ସଂସ୍ଥା ଏକ ଅଥରାଇଜେସନ ଲେଟର ଦେବ । ସମ୍ପୃକ୍ତ କର୍ମଚାରୀ ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇବେ ବୋଲି ପୋଲିସ କମିଶନର କହିଛନ୍ତି ।
Comments are closed.