Latest Odisha News

ପାକିସ୍ତାନରେ କିଏ ଗଢିବେ ସରକାର: ଜେଲରେ ଥିବା ଇମ୍ରାନଙ୍କ ସମର୍ଥିତ ନେତା କଲେ କମାଲ

ଇସଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଭଳି ତିନି ନେତା ସଂସଦୀୟ ନିର୍ବାଚନରେ ନିଜ ଦଳର ସହଜ ବିଜୟ ଆଶା ରଖିଥିଲେ, କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଦଳ କ୍ଷମତାରେ ପହଞ୍ଚିବା ପାଇଁ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ରାସ୍ତାର ସମ୍ମୁଖୀନ ହେଉଛନ୍ତି ।

ତେବେ କ୍ଷମତା ସମୀକରଣରେ ସ୍ୱାଧୀନ ପ୍ରାର୍ଥୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ସମର୍ଥନରେ ହିଁ ପାକିସ୍ତାନରେ ପରବର୍ତ୍ତୀ ସରକାର ଗଠନ ହେବ।

ପାକିସ୍ତାନର ନ୍ୟୁଜ୍ ଏଜେନ୍ସି ଜିଓ ନ୍ୟୁଜ୍ ଅନୁଯାୟୀ, ସଂସଦର ୨୪୧ ଟି ଆସନରୁ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ସମର୍ଥିତ ପ୍ରାର୍ଥୀମାନେ ୯୬ଟି ଆସନରେ ବିଜୟୀ ହୋଇଥିବା ବେଳେ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍ (ନୱାଜ) ଦ୍ୱିତୀୟ ସ୍ଥାନରେ ରହିଛି। ପିଏମଏଲ-ଏନ ୬୯ ଟି ଆସନ ଜିତିଥିବା ବେଳେ ବନଜେରି ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫୨ ଟି ଆସନ ହାସଲ କରିଛି । ମୁତ୍ତାହିଦା କୌମି ମୁଭମେଣ୍ଟ (ଏମ୍କ୍ୟୁଏମ୍) ୧୫ଟି ଆସନରେ ବିଜୟୀ ହୋଇଛି।

ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଗଣତି ଅନୁଯାୟୀ, ୨୬୫ ଆସନରୁ ଇମ୍ରାନ୍ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୪୯, ପିଏମ୍ଏଲ୍-ଏନ୍ ୪୨ ଏବଂ ପିପିପି ୩୪ ଆସନ ପାଇଛନ୍ତି।

ତେବେ ଜିଓ ନ୍ୟୁଜ୍ ଅନୁଯାୟୀ, ସ୍ୱାଧୀନ ପ୍ରାର୍ଥୀ (ମୁଖ୍ୟତଃ ପିଟିଆଇ ସମର୍ଥିତ) ୯୫ ଟି ଆସନରେ ଆଗୁଆ ଥିବା ବେଳେ ପିଏମଏଲ -ଏନ ପାଇଁ ୬୭ ଟି ଏବଂ ପିପିପି ପାଇଁ ୫୨ ଟି ଆସନ ରହିଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଏବଂ ଇମ୍ରାନ୍ ଖାନ୍ ଶୁକ୍ରବାର ନିର୍ବାଚନରେ ଉଭୟ ନିଜ ନିିଜର ବିଜୟ ଘୋଷଣା କରିଛନ୍ତି। ଏହାପରେ ଦେଶରେ ବଡ଼ ରାଜନୈତିକ ଅସ୍ଥିରତା ଦେଖାଦେଇଛି।

ଏପର୍ଯ୍ୟନ୍ତ ନିର୍ବାଚନ ଫଳାଫଳରେ ସ୍ୱାଧୀନ ପ୍ରାର୍ଥୀଙ୍କ ଆଶ୍ଚର୍ଯ୍ୟଜନକ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି, ଯାହା କି ପ୍ରମୁଖ ଦଳଗୁଡ଼ିକର ଚିନ୍ତା ବଢାଇଦେଇଛି। ମୁଖ୍ୟତଃ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ର ସମର୍ଥକ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଅଡୁଆରେ ପଡ଼ିଛନ୍ତି।

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଯଦିଓ ସରିଫ୍ ବିଜୟ ଦାବି କରିଛନ୍ତି, ତଥାପି ତାଙ୍କ ଦଳ ସ୍ୱାଧୀନ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟାଠାରୁ ବହୁତ କମ୍ ରହିଛି।

ଜେଲରେ ଥିବା ପିଟିଆଇ ପ୍ରତିଷ୍ଠାତା ଇମ୍ରାନ୍ ଖାନ୍ ଏହି ଭିଡିଓ ଜାରି କରି କହିଛନ୍ତି, ‘ମୋର ପ୍ରିୟ ଦେଶବାସୀ। ଅଧିକ ସଂଖ୍ୟକ ମତଦାନ କେନ୍ଦ୍ରରେ ପହଂଚି ନିଜର ଗଣତାନ୍ତ୍ରିକ ଅଧିକାରକୁ ବ୍ୟବହାର କରି ଆପଣ ନାଗରିକଙ୍କ ଅଧିକାର ବ୍ୟବହାର କରିବାର ସ୍ୱାଧୀନତା ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନିର୍ବାଚନରେ ଆପଣମାନଙ୍କ ଚମତ୍କାର ବିଜୟ ପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ଥିଲା ଯେ ଆପଣମାନେ ଏତେ ସଂଖ୍ୟକ ସଂଖ୍ୟାରେ ଭୋଟ୍ ଦେବାକୁ ଆସିବେ।

Leave A Reply

Your email address will not be published.