Latest Odisha News

BREAKING NEWS

ରାଷ୍ଟ୍ରପତି ଉନ୍ମୋଚନ କରିଥିବା ଚିତ୍ର କାହାର ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ନେତାଜୀ ସୁଭାଷ ବୋଷଙ୍କର ଏକ ଚିତ୍ର ଉନ୍ମୋଚନ କରିଥିଲେ । କିନ୍ତୁ ପ୍ରକୃତରେ ଏହି ଚିତ୍ର ନେତାଜୀଙ୍କ ନୁହେଁ, ବରଂ ଫିଲ୍ମରେ ନେତାଜୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପ୍ରସନଜିତ ଚାଟାର୍ଜୀଙ୍କର ବୋଲିସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏପରିକି ଏହାକୁ ଟ୍ରୋଲ କରା ଯାଇଛି ।

ନେତାଜୀଙ୍କ ଜୀବନୀ ଉପରେ ୨୦୧୯ରେ ଏକ ଫିଲ୍ମ ଗୁମନାମୀ ନିର୍ମାଣ କରାଯାଇଥିଲା । ସେହି ଫିଲ୍ମରେ ଅଭିନୟ କରିଥିଲେ ପ୍ରସନଜିତ । ରାଷ୍ଟ୍ରପତି ଭବନରେ ଉନ୍ମୋଚିତ ହୋଇଥିବା ସେହି ଫିଲ୍ମର ଏବଂ ପ୍ରସନଜିତଙ୍କର ବୋଲି ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି ।
ତେବେ ଏହି ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛିା ନେତାଜୀଙ୍କ ପରିବାର ଲୋକେ ବିଖ୍ୟାତ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ପରେଶ ମାଇତିଙ୍କୁ ନେତାଜୀଙ୍କର ଏକ ଫଟୋ ଦେଇଥିଲେ । ସେହି ଫଟୋ ଅନୁସାରେ ମାଇତି ଏହି ଚିତ୍ର ଆଙ୍କିଛନ୍ତି । ଏହା ଏକ ଅଯଥା ବିବାଦ ବୋଲି କୁହା ଯାଇଛିା
ବିଜେପି ସାଂସଦ ତଥା ନେତାଜୀଙ୍କ ପରିବାରର ଚନ୍ଦ୍ରକୁମାର ବୋଷ ମଧ୍ୟ କହିଛନ୍ତି, ରାଷ୍ଟ୍ରପତି ଭବନରେ ଉନ୍ମୋଚିତ ହୋଇଥିବା ଚିତ୍ର ନେତାଜୀଙ୍କ ଅସଲି ଚିତ୍ର ଅନୁସାରେ ଅଙ୍କା ଯାଇଛି । ଜଣେ କଳାକାର ନେତାଜୀଙ୍କୁ ଏହି ରୂପରେ ଦେଖିଛନ୍ତି ।

Leave A Reply

Your email address will not be published.