Latest Odisha News

BREAKING NEWS

ପିପିଲି ଉପନିର୍ବାଚନ ଲାଗି ପ୍ରସ୍ତୁତ: ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇନାହିଁ। ହେଲେ ନିର୍ବାଚନ ପାଇଁ ରାଜ୍ୟ ପ୍ରସ୍ତୁତ ଅଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନି ପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମତଦାନ ବୁଥରେ ଭୋଟରଙ୍କ ଭିଡକୁ ଏଡାଇବା ପାଇଁ ପ୍ରଚେଷ୍ଟା କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବୁଥରେ ସର୍ବାଧିକ ୧୦୦୦ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିପାରିବେ।

ଗତ ବର୍ଷ ଅକ୍ଟୋବର ୪ରେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରାଥଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଛି।

Leave A Reply

Your email address will not be published.