Latest Odisha News

ଟେଷ୍ଟ ଇତିହାସରେ ନିଆରା ରେକର୍ଡ: ପ୍ରଥମ ଇନିଂସରେ ସମସ୍ତ ଉଇକେଟ ନେଲେ ପେସ ବୋଲର, ଦ୍ୱିତୀୟ ଇନିଂସରେ ସ୍ପିନରଙ୍କ କମାଲ

ଗେଲ: ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ ସିରିଜରେ ନିଆରା ରେକର୍ଡ କରିଛନ୍ତି ବୋଲରମାନେ । ଏହି ରେକର୍ଡ ଟେଷ୍ଟ କ୍ରିକେଟର ୧୪୩ ବର୍ଷରେ ଘଟି ନ ଥିଲା । ଆସନ୍ତୁ ଜାଣିବା ଏହି ନିଆରା ରେକର୍ଡ କଣ ଥିଲା । ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଟିମ୍ ପ୍ରଥମ ଇନିଂସରେ ୩୮୧ ରନରେ ଅଲଆଉଟ ହୋଇ ଯାଇଥିଲେ । ସମସ୍ତ ଉଇକେଟ ପେସ ବୋଲରମାନେ ଅକ୍ତିଆର କରିଥିଲେ । ଜେମ୍ସ ଆଣ୍ଡରସନ ୬ଟି, ମାର୍କ ଉଡ ୩ଟି ଓ ସ୍ୟାମ କରେନ ଗୋଟିଏ ଉଇକେଟ ନେଇଥିଲେ ।

ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ୧୨୬ ରନ କରି ଅଲଆଉଟ ହୋଇଥିଲା । ସବୁଠାରୁ ମଜା କଥା ସମସ୍ତ ୧୦ ଉଇକେଟ ଏଥର ସ୍ପିନରମାନେ ନେଇଥିଲେ । ଡେମ ବେସ ଓ ଜ୍ୟାକ ଲିଚ ୪ଟି ଲେଖାଁଏ ଏବଂ ଜୋ ରୁଟ ୨ଟି ଉଇକେଟ ନେଇଥିଲେ । ପୂର୍ବରୁ ଏ ଭଳି ସଂଯୋଗ କେବେ ହୋଇ ନ ଥିଲା ।

Leave A Reply

Your email address will not be published.