ହଠାତ ଆସିଲା, ସମସ୍ତଙ୍କ ନିଦ ହଜେଇ ଦେଲା । କିଛିଦିନ ମାର୍କେଟରେ ଚହଳ ପକାଇ ଯେମିତି ଆସିଥିଲା ସେମିତି ଅତର୍କିତ ଉଭେଇଗଲା ୨୦୦୦ ଟଙ୍କିଆ ନୋଟ । ଗତ କିଛି ବର୍ଷ ହେବ ବଜାରରେ ନଜରକୁ ଆସୁନାହିଁ ୨୦୦୦ ଟଙ୍କିଆ ନୋଟ । ଲୋକଙ୍କର ମନେ ବି ନଥିବ କେବେ ଶେଷ ଥର ପାଇଁ କେବେ ଦେଖିଥିଲେ ୨୦୦୦ଟଙ୍କାର ସେଇ ଗୋଲାପି ନୋଟ ।
ନୋଟ ବନ୍ଦୀ ପରେ ସରକାର ୨୦୦୦ ଟଙ୍କିଆ ଗୋଲାପି ନୋଟ ପ୍ରଚଳନ କରିଥିଲେ । ହେଲେ ଖୁବ କମ ଦିନ ଭିତରେ ଉଭେଇ ଗଲା । ତେବେ କାହିଁକି ୨୦୦୦ ଟଙ୍କା ନୋଟ ଆଉ ଦେଖିବାକୁ ମିଳୁନି ? ଏହାକୁ ନେଇ ବଡ ସୂଚନା ଦେଇଛନ୍ତି ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ।
RBIର ବାର୍ଷିକ ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ରେ ୨୦୦୦ ଟଙ୍କିଆ ନୋଟ ଛପା ହୋଇନଥିଲା । ଏହି କାରଣରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ କମିଯାଇଛି ।
୨୦୧୭ ନଭେମ୍ୱରରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଗଲା । ଏହା ବଦଳରେ ବଜାରକୁ ଆସିଥିଲା ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ । ସେତେବେଳେ ୩୩,୬୩୦ ଲକ୍ଷ ନୋଟ ପ୍ରଚଳନ ହେଉଥିଲା, ଯାହାର ମୂଳ ମୂଲ୍ୟ ୬,୭୨ ଲକ୍ଷ କୋଟି ଟଙ୍କା ଥିଲା ।
୨୦୨୧ରେ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଜଣାଇଥିଲେ, ଗତ ଦୁଇ ବର୍ଷ ଅର୍ଥାତ ଅପ୍ରେଲ ୨୦୧୯ ଠାରୁ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପା ହୋଇ ନାହିଁ । ସେଥିପାଇଁ ବଜାରରେ ଏହି ନୋଟ କମ ଦେଖାଯାଉଛି । ୨୦୦୦ ନୋଟ ଆଗକୁ ଛପା ହେବ କି ନାହିଁ ସେ ନେଇ କିଛି ସୂଚନା ଦିଆଯାଇ ନାହିଁ
Comments are closed.