Latest Odisha News

BREAKING NEWS

ଆଜିର ସୃଜନୀର ପଞ୍ଚମ ବାର୍ଷିକୋତ୍ସବ ପାଳିତ

ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ଆଜିର ସୃଜନୀର ଉଦ୍ୟମ ପ୍ରଶସନୀୟ

ଭୁବନେଶ୍ୱର : ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା ‘ଆଜିର ସୃଜନୀ’ ଅନୁଷ୍ଠାନର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ସ୍ମୃତିରେ ସୃଜନୀ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସମାଜରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିବା ଭୁବନେଶ୍ୱର ବସ୍ତି ଅଞ୍ଚଳର କିଛି ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ତାଙ୍କ ସହ ପୂର୍ବରୁ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପରିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

BjdElectrycity

ଏହି କାର୍ଯକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି,ପଦ୍ମଶ୍ରୀ ତୁଳସୀ ମୁଣ୍ଡା ବିଶିଷ୍ଟ ଅତିଥି, ସଂଘମିତ୍ରା ପତି ସମ୍ମାନିତ ଅତିଥି, ଶକୁନ୍ତଳା ବଳିଆରସିଂହ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ତଥା ପରିବେଶ ସୁରକ୍ଷା ବ୍ରତରେ ବ୍ରତୀ ହୋଇ ଆଜିର ସୃଜନୀ ଏକ ଚିରନ୍ତନ ସତ୍ୟ ଲକ୍ଷ୍ୟରେ ଆଗକୁ ବଢ଼ିଚାଲିଛି ଏବଂ ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ଏପରି ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ଵଳନ, ଆଜିର ସୃଜନୀ ସଙ୍ଗୀତ ପରିବେଷଣ ସହ ସୁଜାତା ରାୟଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକମରେ ମିଲନ ଭଟୁଆରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦ ଅନୁଷ୍ଠାନର କାର୍ଯ୍ୟକଳାପ ଉପରେ ତାଙ୍କର ଅଭିଭାଷଣ ରଖିଥିଲେ ଏବଂ ପରିଶେଷରେ ସ୍ଵର୍ଣ୍ଣପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଗତ ପାଞ୍ଚ ବର୍ଷ ଧରି ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ ଆଜିର ସୃଜନୀ ଅନୁଷ୍ଠାନ କାର୍ଯ୍ୟକରି ବିଭିନ୍ନ କାରଣ ବଶତଃ ସମୟର ପରିବର୍ତ୍ତନ ସହ ପଛେଇ ଯାଉଥିବା ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ତାର ପ୍ରୟାସ ଜାରି ରଖିଛି l

Leave A Reply

Your email address will not be published.