Latest Odisha News

BREAKING NEWS

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକିଦେଲା ସ୍ବାମୀ

କଳାହାଣ୍ଡି : ରକ୍ଷକ ସାଜିଲା ଭକ୍ଷକ । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଧର୍ମପତ୍ନୀକୁ ପରପୁରୁଷକୁ ବିକ୍ରି କରିଦେଲା ସ୍ବାମୀ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ମଣିଷକୁ ଅନ୍ଧ କରୁଥିବା ନଜିର ରହିଛି । ତେବେ ଏଭଳି ଅମାନବୀୟ ଘଟଣା କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳରେ ଘଟିଛି । ଟଙ୍କାର ଲୋଭାଗ୍ରସ୍ତ ହୋଇ ଜଣେ ଯୁବକ ପ୍ରେମ କରି ବିବାହ କରିଥିବା ନିଜ ସ୍ତ୍ରୀକୁ ବିକି ଦେଇଛି । ଏଭଳି ଘଟଣାରେ ସତେ ଯେପରି ଟଙ୍କା ପାଖରେ ଦୁହିଁଙ୍କ ପ୍ରେମ ହାର ମାନିଛି ।

BjdElectrycity

ନର୍ଲା ଥାନା ଅନ୍ତର୍ଗତ ମସ୍କାଗୁଡା ଗ୍ରାମର କ୍ଷିରା ଵେରୁକ ମୁଣ୍ଡାଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପରସ୍ପରଙ୍କୁ ଘରଲୋକ ବିବାହ ପାଇଁ ସ୍ୱିକୃତୀ ଦେଇ ନଥିଲେ । ଏହାସତ୍ତ୍ୱେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ପତିପତ୍ନୀ ସାଜିଥିଲେ। ଗତ ମାସ ୩୦ ତାରିଖରେ ଦାଦନ ଖଟିବାକୁ ସ୍ୱାମୀ ସ୍ତ୍ରୀ ଦୁହେଁ  ଦିଲ୍ଲୀକୁ ଯାଇଥିଲେ।

ନଭେମ୍ବର ୨ ତାରିଖରେ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ  ବିବାହ ଉତ୍ସବକୁ ଯାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେ ନିଜ ପତ୍ନୀଙ୍କୁ ଜଣେ ବ୍ୟକ୍ତିଙ୍କ ହାତକୁ ଟେକି ଦେଇଥିଲେ। ସେଠାରେ ମହିଳାଜଣକ ଏହାର ବିରୋଧ କରି ନ ଥିବା ବେଳେ ଚୁପ୍‌ ରହିଥିଲେ।  ବିବାହ ବେଳର ଭିଡ଼ିଓ ଏବେ ଭାଇରାଲ ହେଉଛି ।

କ୍ଷୀରା ନିଜ ଘରକୁ ଏକାକୀ ଫେରିଥିଲେ । ଜଣେ ଘରକୁ ଫେରି ଆସିଥିବା ବେଳେ ଆଉ ଜଣଙ୍କ ପତ୍ତା ନ ମିଳିବାରୁ ପରିବାରର ସମସ୍ତେ ପ୍ରଶ୍ନ କରିଥିଲେ । ଏହାରି ମଧ୍ୟରେ ଦିଲ୍ଲୀରୁ ଯୁବତୀଜଣକ ନିଜ ବାପାଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ଏଥିସହ ବିବାହ ବେଳର ଭିଡିଓ ବି ପଠାଇଥିଲେ।

ଏନେଇ ଯୁବତୀଙ୍କ ବାପା କ୍ଷୀରା ବେରୁକଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ଲା ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି କ୍ଷୀରାଙ୍କୁ କୋର୍ଟଚାଲାଣ କରିଛି । ନର୍ଲା ପୋଲିସ ଏକ ଟିମ କରି ଝିଅକୁ ଉଦ୍ଧାର କରିବା ପାଇଁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି ।

 

 

Leave A Reply

Your email address will not be published.