ହାଇଦ୍ରାବାଦ: ବଲିଉଡ ତଥା ସାଉଥ ସିନେମାର ଲୋକପ୍ରିୟ ଅଭିନେତା ନାଗାର୍ଜୁନ ଅକ୍କିନେନିଙ୍କ ଘରେ ଚାଲିଛି ବୁଲଡୋଜର। ନାଗାର୍ଜୁନଙ୍କ ଏନ. କନଭେନ୍ସନ ସେଣ୍ଟରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି।
ସ୍ଥାନୀୟ ଜଳାଶୟ, ତମ୍ମିଡି ଚେରେଭ ଉପରେ କବଜା କରି ଏହି କନଭେନସନ୍ ସେଣ୍ଟରକୁ ଅବୈଧ ଭାବରେ ନିର୍ମାଣ କରିଥିବା ନେଇ ନାଗାର୍ଜୁନଙ୍କ ବିରୋଧରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଥମ୍ମିଡିକୁଣ୍ଟା ଜଳାଶୟର ଏଫଟିଏଲ ମୋଟ ୧.୧୨ ଏକରରେ ଅବସ୍ଥିତ ଏବଂ ବଫର ଭିତରେ ପ୍ରାୟ ଅଧିକ ୨ ଏକର ଜମି ଉପରେ କବଜା କରି ଏହି କନଭେନସନ୍ ସେଣ୍ଟର ନିର୍ମାଣ କରିଛନ୍ତି ନାଗାର୍ଜୁନ ।
କନଭେନସନ୍ ସେଣ୍ଟର ଉପରେ ବୁଲଡୋଜର ଚଢାଇବା ବିଷୟରେ ନାଗାର୍ଜୁନ ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କନଭେନସନ୍ ସେଣ୍ଟର ନିର୍ମାଣ ପାଇଁ କୌଣସି ନିୟମର ଉଲ୍ଲଂଘନ କରାଯାଇ ନାହିଁ ବୋଲି ସେ ଟ୍ୱିଟ୍ କରିଛନ୍ତି। ତେବେ ଏହି କୋଠାଟି ବ୍ୟକ୍ତିଗତ ଜମିରେ ନିର୍ମିତ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.