ମୁମ୍ବାଇ: ଅକ୍ଟୋବର ୧୧ ତାରିଖ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଥିଲା । ତାଙ୍କୁ ବିଭିନ୍ନ ଆଡୁ ଲୋକେ ଶୁଭେଚ୍ଛା ଜଣାଇଥିଲେ । ବିଗ୍ ବିଙ୍କ ଜନ୍ମଦିନରେ ବୋହୂ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଏକ ଫଟୋ ପୋଷ୍ଟ୍ କରି ଶଶୁରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଅଭିନେତ୍ରୀଙ୍କର ଏହି ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ସାମାଲୋଚନାର ପରିସର ଭିତରକୁ ଆସିଛି ।
ଫଟୋକୁ ଦେଖିବା ପରେ ଐଶ୍ୱର୍ଯ୍ୟା ଓ ଶାଶୂ ଜୟା ବଚ୍ଚନଙ୍କ ସଂପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଐଶ୍ୱର୍ଯ୍ୟା ଫଟୋରୁ ତାଙ୍କ ଶାଶୂଙ୍କୁ କାଟିି କେବଳ ଶଶୁର ଅମିତାଭ ଓ ଝିଅର ଅରାଧ୍ୟାର ଫଟୋ ରଖିଛନ୍ତି ।ଐଶ୍ୱର୍ଯ୍ୟାଙ୍କ ପୂର୍ବରୁ ବିଗ୍ ବିଙ୍କ ନାତୁଣୀ ନବ୍ୟା ନନ୍ଦା ବି ସମାନ ଫଟୋ ପୋଷ୍ଟ୍ କରି ବିଗ୍ ବିଙ୍କୁ ଶୁଭେଚ୍ଛା ଜଣାଇଥିଲେ । କେବଳ ସେ ନୁହଁନ୍ତି ଅମିତାଭ ଓ ଜୟାଙ୍କ ଝିଅ ଶ୍ୱେତା ନନ୍ଦ ବି ସମାନ ଫଟୋ ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଐଶ୍ୱର୍ଯ୍ୟା ଫଟୋଟିକୁ କାଟିଥିବାରୁ ସମାଲୋଚିତ ହୋଇଛନ୍ତି । ଫଟୋରେ ପୂର୍ବରୁ ବିଗ୍ ଓ ନାତୁଣୀ ଅରାଧ୍ୟାଙ୍କ ବ୍ୟତୀତ ଜୟା, ନବ୍ୟା ଓ ତାଙ୍କ ଭାଇ ଅଗସ୍ତ୍ୟ ମଧ୍ୟ ଥିଲେ ।
Comments are closed.