Latest Odisha News

BREAKING NEWS

‘ଥାଣ୍ଡେଲ’ ପାଇଁ କାହିଁକି ସାଇ ପଲ୍ଲବୀଙ୍କୁ ପସନ୍ଦ କଲେ ନିର୍ମାତା… 

ନୂଆଦିଲ୍ଲୀ: ମଗଧିରା, ଧ୍ରୁବ, ଗୀତା ଗୋବିନ୍ଦମ୍ ଭଳି ହିଟ୍ ଚଳଚ୍ଚିତ୍ର ଦେଇଥିବା ଆଲୁ ଅରବିନ୍ଦଙ୍କ ପ୍ରଯୋଜନା ସଂସ୍ଥା ଫିଲ୍ମ ‘ଥାଣ୍ଡେଲ’ ପ୍ରସ୍ତୁତିରେ ଲାଗିପଡିଛନ୍ତି।

ଏହା ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏବଂ ସାଇ ପଲ୍ଲବୀ ଅଭିନୀତ ଏକ ରୋମାଣ୍ଟିକ ଆକ୍ସନ୍ ଥ୍ରୀଲର୍ ଫିଲ୍ମ। ‘ଥାଣ୍ଡେଲ’ ଫିଲ୍ମ ମୁକ୍ତିଲାଭ ପୂର୍ବରୁ ହାଇଦ୍ରାବାଦରେ ଏହାର ପ୍ରମୋସନ ଚାଲିଛି।

ସେଠାରେ ଏକ ସାକ୍ଷାତକାରରେ ଅରବିନ୍ଦ ଫିଲ୍ମର କାଷ୍ଟିଂ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ସାଇ ପଲ୍ଲବୀଙ୍କୁ କାହିଁକି ଚୟନ କରାଯାଇଛି।

ଅରବିନ୍ଦ ଫିଲ୍ମରେ ସାଇ ପଲ୍ଲବୀଙ୍କ କାଷ୍ଟିଂ କୁ ନେଇ କହିଛନ୍ତି ଯେ ସାଇ ପଲ୍ଲବୀଙ୍କୁ ଫିଲ୍ମରେ ନେବା ଏକ ବ୍ୟବସାୟିକ ନିଷ୍ପତ୍ତି। ସାଇ ପଲ୍ଲବୀ ଏହି ଚରିତ୍ର ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ଏବଂ ସେ ଏହି ଫିଲ୍ମରେ ବହୁତ ଭଲ କାମ କରିଛନ୍ତି।

ତେବେ ଏହି ଫିଲ୍ମ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହା  ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ଜଣେ ମତ୍ସ୍ୟଜୀବୀ ରାଜୁର କାହାଣୀ ଯିଏକି ମାଛ ଧରିବା ସମୟରେ ଭୁଲବଶତଃ ପାକିସ୍ତାନ ସୀମାରେ ଥିବା ନଦୀକୁ ପ୍ରବେଶ କରିଯାଇଥାଏ। ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ବନ୍ଦୀ ହୋଇଯିବା ପରେ ତାଙ୍କ ସାହସିକତାକୁ ଏହି ଫିଲ୍ମରେ ଦର୍ଶାଯାଇଛି। ତେବେ ଏହି ଫିଲ୍ମର ନିର୍ଦ୍ଦେଶନାଭାର ଚନ୍ଦୁ ମୋଣ୍ଡେତି ସମ୍ଭାଳୁଥିବା ବେଳେ ଚଳଚ୍ଚିତ୍ରଟି ଗୀତା ଆର୍ଟସ୍ ବ୍ୟାନରରେ ବନି ବାସୁଙ୍କ ଦ୍ୱାରା ପ୍ରଯୋଜିତ। ଏଥିରେ ପ୍ରକାଶ ବେଲାୱାଡି, କରୁଣାକରଣ ଏବଂ କଳ୍ପ ଲଥା ମଧ୍ୟ ଅଭିନୟ କରିଛନ୍ତି।

ଥାଣ୍ଡେଲ ଆସନ୍ତା ଫେବୃଆରୀ ୭ ତାରିଖରେ ମୁକ୍ତିଲାଭ କରିବ। ତେଲୁଗୁ ବ୍ୟତୀତ ଏହି ଫିଲ୍ମଟି ତାମିଲ ଏବଂ ହିନ୍ଦୀରେ ମଧ୍ୟ ମୁକ୍ତିଲାଭ କରିବ।

 

 

Comments are closed.