ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ଅଲଗା ଅନ୍ଦାଜରେ କଂଗ୍ରେସ ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟସଭାରେ ଖଡ଼ଗେ କହୁଥିବା ସାୟରୀଙ୍କୁ ନେଇ ନିଆରା ଢ଼ଙ୍ଗରେ କରିଥିଲେ ସମାଲୋଚନା। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମୋଦି କହିଥିଲେ କି ଗୃହରେ ଖଡଗେ ଜୀ ବହୁତ ସୁନ୍ଦର ସୁନ୍ଦର ସାୟରୀ କହୁଛନ୍ତି । ଯାହାକୁ ଆପଣ ବି ବହୁତ ଉପଭୋଗ କରୁଛନ୍ତି । ଆଜି ମୁଁ ବି ଏକ ସାୟରୀ କହୁଛି । ତମାସା କର୍ନେ ବାଲୋ କି କ୍ୟା ଖବର, ହମ୍ନେ କିତନା ତୁଫାନ୍ ପାର୍ କରରେ ଦିଆ ଜଲାୟା ହେ । ଏହାପରେ ଗୃହରେ ଖୁବ୍ ହାସ୍ୟାରୋଳ ସୃଷ୍ଟି ହୋଇଥିଲା ।
ସେହିପରି କବି ନୀରଜଙ୍କ ଏକ କବିତାର ଅଂଶ ବି କହିଥିଲେ ପ୍ରଧାନମନ୍ତ୍ରୀ । ହେ ଅନ୍ଧିଆରା. ଅପ୍ ସୂରଜ ନିକଲନା ଚାହିଏ, ଜିସ୍ ତରହା ଭି ହୋ ଏ ମୌସମ ବଦଲ ନା ଚାହିଏ । ୧୯୭୦ ମସିହାରେ ଦେଶ ଯେତେବେଳେ କଂଗ୍ରେସ ଶାସନର ଥିଲା ନୀରଜ ଏହି କବିତା ଲେଖିଥିଲେ ବୋଲି ମୋଦି କହିଥିଲେ । ତେବେ ଖଡଗେଙ୍କୁ ସଫଳ ରାଜନୈତିକ ଜୀବନ ପାଇଁ ଖୁବ୍ ପ୍ରଶଂସା ବି କରିଥିଲେ ମୋଦି । କହିଥିଲେ ଏତେ ଦିନ ସାର୍ବଜନୀନ ଜୀବନରେ ରହିବା, ସାଧାରଣ କଥା ନୁହେଁ ।
ସୂଚନା ଥାଉକି, ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଚର୍ଚ୍ଚା ଉପରେ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସାରା ଦୁନିଆରରେ ଗଣତାନ୍ତ୍ରିକ ଭାବନାର ସଂରକ୍ଷକ ଚେହେରା ନେଇ ବୁଲୁଥିଲେ, କିନ୍ତୁ ଭିତରେ କେତେ ବଡ଼ ଏକଛତ୍ରବାଦୀ ଥିଲେ ତାର ଅନେକ ଉଦାହରଣ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଗୋଟିଏ ଅଂଶରୁ ସନ୍ଦେଶ ମିଳିଛି । ନିଜ ସମ୍ୱୋଧନରେ ସେ କଂଗ୍ରେସ ପାର୍ଟି ଏବଂ ଗାନ୍ଧୀ ପରିବାର ଉପରେ କଡ଼ା ହମଲା କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଶାହି ପରିବାର (ଗାନ୍ଧୀ ପରିବାର)ର ଅହଂକାର ଏହି ଦେଶକୁ ଜେଲ୍ରେ ପରିଣତ କରିଥିଲା ଏବଂ ନିର୍ବାଚିତ ପ୍ରତିନିଧି, ମାନ୍ୟଗଣ ନେତାଙ୍କୁ ଶିକୁଳିରେ ବାନ୍ଧି ଦିଆଯାଇଥିଲା ।
Comments are closed.