ନାଗପୁର: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ ୱିକେଟ ପୂର୍ଣ୍ଣ କରିଛନ୍ତି । ସେ ଏହି ମ୍ୟାଚରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ୫ମ ଭାରତୀୟ ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଜାଡେଜା ତାଙ୍କ କ୍ୟାରିୟରରେ ୮୦ ଟେଷ୍ଟ ମ୍ୟାଚରେ ୩୨୩ ୱିକେଟ, ୧୯୮ ଦିନିକିଆରେ ୨୨୩ ଓ ୭୪ ଟି୨୦ରେ ୫୪ ୱିକେଟ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ(୯୫୩), ରବିଚନ୍ଦ୍ରନ ଅଶ୍ୱୀନ(୭୬୫), ହରଭଜନ ସିଂ(୭୦୭) ଓ କପିଳ ଦେବ ୬୮୭ ଆନ୍ତର୍ଜାତୀୟ ୱିକେଟ ନେଇଛନ୍ତି ।
ଅଶ୍ୱୀନଙ୍କ ପଛକୁ ଜାହୀର ଖାଁ(୫୯୭), ଜଭାଗଲ ଶ୍ରୀନାଥ(୫୫୧), ମହମ୍ମଦ ସାମୀ(୪୫୨), ଯଶପ୍ରୀତ ବୁମରାହ(୪୪୩) ଓ ଈଶାନ୍ତ ଶର୍ମା ୪୩୪ ୱିକେଟ ନେଇଛନ୍ତି । ଜାଡେଜା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦିିନିକିଆ ମ୍ୟାଚରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ସେ ୨୭ ମ୍ୟାଚରେ ୨୬ ଇନିଂସରେ ୪୨ ୱିକେଟ ହାସଲ କରିଛନ୍ତି । ଏହା ପୂର୍ବରୁ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୩୧ ମ୍ୟାଚରେ ୪୦ ୱିକେଟ ନେଇଥିଲେ ।
Comments are closed.