Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

1. ଆତତାୟୀଂକ ଗୁଳିମାଡରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ । ସେ ଜାପାନର ନାରା ସହରରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ତାଂକ ଉପରକୁ ଅତର୍କିତ ଗୁଳିମାଡ ହୋଇଥିଲା । ଘଟଣା ସ୍ଥଲରେ ହିଁ ଟଳି ପଡିଥିଲେ ସିଞ୍ଜୋ ଆବେ l ଶ୍ରୀ ଆବେଂକ ପରଲୋକରେ ବିଶ୍ବବାପୀ ଶୋକପ୍ରକାଶ ପାଇଛି l 

୨. ଓଡ଼ିଶା ମାଟିରେ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତି ଦ୍ରୌପଦୀ ମୁର୍ମୁ । ନିର୍ବାଚନ ପୂର୍ବରୁ ନିଜ ମାଟିରୁ ସମର୍ଥନ ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ଶ୍ରୀମତି ମୁର୍ମୁ । ସେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବା ପରେ କହିଛନ୍ତି ଯେ, ସମର୍ଥନ ମାଗିବା ପୂର୍ବରୁ ବିଜେଡ଼ିର ସମର୍ଥନ ଆଉ ସହଯୋଗ ମିଳିଛି।

୩. ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । କଥା ରଖି ଦ୍ରୌପଦୀ ମୁର୍ମୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଠି ଭୋଜନ କରିଛନ୍ତି । ନବୀନଙ୍କୁ ସାକ୍ଷାତ ବେଳେ ଭାବବିହ୍ୱଳ ହୋଇ ପଡିଥିଲେ ଶ୍ରୀମତି ମୁର୍ମୁ । ସେ ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ l

୪. ରାଜ୍ୟରେ କାୟା ମେଲାଉଛି କରୋନା । ଗତକାଲି ଠାରୁ ଆଜି ପୁଣି ବୃଦ୍ଧି ପାଇଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍, ୧୯୪ ରହିଛି ।

୫. ପ୍ରବଳରୁ ଅତିପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା l ମୌସୁମୀ ଟ୍ରଫ୍‌ ଲାଇନ ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ଏହାର ଆଖପାଖ  ଦେଇ ଗତି କରୁଛି l ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ।  ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ୪ ଜିଲ୍ଲାକୁ ଅରେଞ୍ଜ୍ ଏବଂ ୬ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

୬. ୧୮ତାରିଖରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ହେବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନର ଶୁଣାଣି l ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ି ଭଡ଼ା ଘରେ ରହିବା ପ୍ରସଂଗରେ ବର୍ଷା ଦାୟର କରିଥିବା ଅପିଲର ଜୁଲାଇ ୧୮ରେ ପରବର୍ତ୍ତୀ ଶୁଣାଣି ହେବ।

୭. କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା, ନିରଞ୍ଜନ ସେଠୀଙ୍କ ସମେତ ୮ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି l ମାନସ ସ୍ୱାଇଁ ହତ୍ୟା ଘଟଣାରେ ୮ ଜଣଙ୍କ ନାଁରେ ଚାନ୍ଦବାଲି JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ୯୦୫ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ୩୪ ଜଣ ସାକ୍ଷୀଙ୍କ ନାଁ ରହିଛି ।

୮. ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ l ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭିଡ଼ l ଆଜି ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମଲାଗି ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ରଥାରୂଢ଼ ହୋଇ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଫେରିବେ ।

୯. ଚୀନକୁ ନେଇ FBI-MI 5ର ଚେତାବନୀ l ଏହା ଭାରତ ପାଇଁ ସତର୍କ ଘଣ୍ଟି ସଦୃଶ l ଇଂଲଣ୍ଡର MI5 ମହାନିର୍ଦ୍ଦେଶକ ଜେନେରାଲ୍ କେନ୍, ଚୀନ୍ ଗୁପ୍ତଚରମାନଙ୍କ ଆଡ଼ୁ ରହିଥିବା ବିପଦ ନେଇ ଚେତାବନୀ ଦେଇଛନ୍ତି। ଅନ୍ୟ ରାଷ୍ଟ୍ରମାନଙ୍କର ଜ୍ଞାନକୌଶଳ, ରଣ କୌଶଳ ଚୋରି କରି ଚୀନ୍‌ ସବୁଠି ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି l 

୧୦. ଉତ୍ତରାଖଣ୍ଡରେ ବନ୍ୟା ଜଳରେ କାର ସହ ଭାସିଗଲେ ୧୧ ଯାତ୍ରୀ । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ପଞ୍ଜାବରୁ କିଛି ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର୍‌ ଢେଲ୍‌ବା ନଦୀରେ ପଡ଼ି ପ୍ରଖର ସ୍ରୋତରେ ଭାସିଯାଇଥିଲା ।  ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

୧୧.ସର୍ଜରୀ ପରେ ବ୍ୟାଟିଂ କରୁଥିବାର ନଜର ଆସିଲେ KL Rahul. ଅପରେସନ୍ ପରେ ରାହୁଲ୍, ଏକ ଭିଡିଓ ସେୟାର କରିଛନ୍ତି l ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । ଯେଉଁଥିରେ ରାହୁଲ ଜିମ୍ ଭିତରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି । ଏଇ ଭିଡିଓଟି ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକଂକ ପସନ୍ଦ ଆସିଛି ।

୧୩. ହିଟ୍‌ମ୍ୟାନଙ୍କ ବଡ ରେକର୍ଡ : ପ୍ରଥମ ଅଧିନାୟକ ଭାବେ ଦଳକୁ ଜିତାଇଲେ ଲଗାତର ୧୩ ଟି-୨୦ ମ୍ୟାଚ୍ l  ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-୨୦ରେ ଇଂଲଣ୍ଡ ବିରୋଧରେ ଚିତାକର୍ଷକ ବିଜୟ ହାସଲ କରିଛି । ଏହି ମୁକାବିଲାରେ ରୋହିତ ସେନା ଘରୋଇ ଦଳକୁ ୫୦ ରନରେ ମାତ୍ ଦେଇଛି ।

୧୪. ‘ପୁଷ୍ପା-୨’ରେ ଖଳନାୟକ ଭୂମିକାରେ ନଜର ଆସିବେ ବିଜୟ ସେତୁପତି ! ଏଇ ଫିଲ୍ମରେ ସାଉଥ୍ ସୁପରଷ୍ଟାର ଓ ଇଣ୍ଡଷ୍ଟ୍ରିର ଲକି ଚାର୍ମ ବିଜୟଙ୍କୁ ନିଆଯାଇଛି ।  ଦର୍ଶକ ତାଙ୍କୁ ପ୍ରଥମଥର ଖଳନାୟକ ଚରିତ୍ରରେ ଦେଖିବାକୁ ପାଇବେ।

୧୫. ପୁଣି ଏକାଠି ନଜର ଆସିବେ କରନ ଅର୍ଜୁନ l ଆକ୍ସନ୍ ଫିଲ୍ମରେ ଲିଡ୍ ରୋଲରେ ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖ ଆସିବେ ବୋଲି ଚର୍ଚ୍ଚା ଚାଲିଛି ।  ଏହା ଭାରତୀୟ ସିନେମାର ସବୁଠୁ ବଡ ଫିଲ୍ମ ହେବାକୁ ଯାଉଛି । ଏହାର ବଜେଟ୍ ମଧ୍ୟ ସର୍ବାଧିକ ରହିବ ବୋଲି ଆଶା କରାଯାଉଛି ।

୧୬. ରୋମାଣ୍ଟିକ୍‌ ହେଲେ ରଣବୀର-ବାଣୀ l ‘ଶମ୍‌ଶେରା’ ନୂଆ ଗୀତ ‘ଫିତୁର’ ରିଲିଜ ହୋଇଛି। ଫିଲ୍ମ ‘ସଞ୍ଜୁ’ ରିଲିଜ ହେବାର ୪ ବର୍ଷ ପରେ ରଣବୀର ବଡ ପରଦାରେ ଫେରୁଛନ୍ତି। ଏହି ଗୀତରେ ଅରିଜିତ ସିଂ ଏବଂ ନୀତି ମୋହନ୍ କଣ୍ଠ ଦାନ କରିଛନ୍ତି l

 

Leave A Reply

Your email address will not be published.