ଭୁବନେଶ୍ବର: ସାଧାରଣତଃ ଚାଲିବା କିମ୍ବା ସିଡି ଚଢିବା ସମୟରେ ଶ୍ବାସ ଫୁଲିଥାଏ । ଜୋରରେ ଚାଲିଲେ ନିଶ୍ବାସ ଫୁଲିବା ବି ସାଧାରଣ କଥା । କିନ୍ତୁ ଯଦି ଆପଣ ଆରାମରେ ଧିରେ ଧିରେ ଚାଲୁଛନ୍ତି ତଥାପି ନିଶ୍ବାସ ଫୁଲୁଛି ତେବେ ଏହା ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ ।
ଯେପରିକି ବ୍ଲଡପ୍ରେସର ସମସ୍ୟା, ହୃଦୟ ରୋଗ,କିଡନୀ ସମସ୍ୟା, ନିମୋନିଆ/ ଟିବି ସଂକ୍ରମଣ କିମ୍ବା ଆସ୍ଥାମା ଥିଲେ ଶ୍ବାସ ଫୁଲିବା ସମସ୍ୟା ହୁଏ ।
ସେହିପରି ସିଗାରେଟ ଓ ବିଡି ଟାଣିଲେ ଫୁସଫୁସକୁ କ୍ଷତି ପହଞ୍ଚେ । ଫଳରେ ସିଡି ଚଢିଲେ କଷ୍ଟ ଲାଗିଥାଏ । ମହିଳା ଓ ଶିଶୁଙ୍କ ମଧ୍ୟରେ ରକ୍ତ ଅଭାବ ଥିଲେ ନିଶ୍ବାସ ଫୁଲିବା ସମସ୍ୟା ହୋଇପାରେ ।
ଏପରି ସମସ୍ୟା ଯଦି ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରୀ ।
ସମସ୍ୟା କିପରି ଦୂର କରିବେ..
– ସେଓ,ଡାଳିମ୍ବ ଏବଂ ସବୁଜ ପନିପରିବା ଅଧିକ ଖାଆନ୍ତୁ ।
-ପ୍ରତିଦିନ କିଛି ସମୟ ଚଲାବୁଲା କରନ୍ତୁ ଓ ଯୋଗ,ବ୍ୟାୟମ କରି ଶରୀରକୁ ସୁସ୍ଥ ରଖନ୍ତୁ ।
-ଲୁଣ, ମିଠା, ଛଣାଛଣି ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ଖାଦ୍ୟରେ ଅଧିକ ଲୁଣ, ଚିନି ବ୍ୟବହାର କରନ୍ତୁନି । ଏହାଦ୍ବାରା ବିପି ଓ ଡାଇବେଟିସ ଆଶଙ୍କା ବଢିଥାଏ ।
-ଯେଉଁ ଲୋକଙ୍କ ହାର୍ଟ, ବ୍ଲଡପ୍ରେସର, ଫୁସଫୁସ ଜନିତ ସମସ୍ୟା ଅଛି , ଡାକ୍ତରଙ୍କ ପରାମର୍ଶରେ ଯୋଗ ବ୍ୟାୟାମ କରନ୍ତୁ । ଔଷଧ ଖାଆନ୍ତୁ । ଆସ୍ଥାମା ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ ।
Comments are closed.