Latest Odisha News

BREAKING NEWS

କାହିଁକି ଧଳା କୋଟରେ ରୋହିତ ବାହିନୀ?

ନୂଆଦିଲ୍ଲୀ: ରୋମାଞ୍ଚକର ମ୍ୟାଚରେ ଚାମ୍ପିୟନ୍ ହୋଇଛି ଭାରତୀୟ କ୍ରିକେଟ୍ ଦଳ । ଦେଶରେ ଏବେ ଖୁସିର ଲହରୀ ଛାଇଛି । ଦୀର୍ଘ ୨୫ ବର୍ଷର ବଦଲା ପୂରଣ ହୋଇଥିବା ବେଳେ ପୁଣି ୧୨ ବର୍ଷ ପରେ ଘରକୁ ଫେରିଛି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ ସୁପର ସଣ୍ଡେରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲରେ, ୪ ଓ୍ବିକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବିଜୟର ମୁକୁଟ ପିନ୍ଧିଛି ଭାରତ । ଏହା ପରେ ବିଜୟ ସେଲିବ୍ରେସନ ସମୟରେ ଧଳା କୋଟ୍ ପିନ୍ଧି, ଟ୍ରଫି ସହ ଫଟୋ ଉଠାଇ, ଏହି ମୂହୂର୍ତ୍ତଟିକୁ ଐତିହାସିକ ବନେଇଥିଲା ଭାରତୀୟ ଟିମ୍ । ଯାହା କାଳ କାଳ ପାଇଁ ଭାରତୀୟ ପ୍ରଶଂସକଙ୍କ ହୃଦୟରେ ଜୀବିତ ରହିବ । ହେଲେ ଏହାରି ଭିତରେ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ, କାହିଁକି ଧଳା କୋଟ୍ ପିନ୍ଧନ୍ତି ବିଜେତା ଟିମ୍ ?

୨୦୦୯ ମସିହାରେ ଚାମ୍ପିଅନ୍ସ ଟ୍ରଫିରେ ପ୍ରଥମ ଥର ପାଇଁ ବିଜେତା ଦଳ ଧଳା କୋଟ୍ ପିନ୍ଧି ସେଲିବ୍ରେସନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ବିଜୟ ପରେ ଧଳା କୋଟ୍ ପିନ୍ଧିଥିଲା କଙ୍ଗାରୁ ଟିମ୍ । ଏହାକୁ ନେଇ ଆଇସିସି କହିଛି, ଧଳା କୋଟ୍ ସମ୍ମାନର ପ୍ରତୀକ, ଯାହା ଚାମ୍ପିଅନ୍ସ ଟ୍ରଫିର ପ୍ରତ୍ୟେକ ମ୍ୟାଚ୍‌ର ଗୁରୁତ୍ୱକୁ ପ୍ରତିଫଳିତ କରେ । ଧଳା ଜ୍ୟାକେଟ୍ ସେମାନେ ପିନ୍ଧନ୍ତି, ଯେଉଁମାନେ ତାଙ୍କର ସବୁକିଛି ବାଜିରେ ଲଗାଇଥାନ୍ତି । ଆଉ ଜିତିଥିବା ଦଳର ପ୍ରତ୍ୟେକ ଖେଳାଳି ନିଜର ଜିଜାନ୍ ଲଗାଇ ବିଜୟ ହାସିଲ କରିଥାନ୍ତି । ଏହି ଚିହ୍ନ ବିଜେତାମାନଙ୍କୁ ଅନ୍ୟ ଦଳଗୁଡ଼ିକଠାରୁ ଭିନ୍ନ କରେ ଏବଂ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ୱତନ୍ତ୍ର କରିଥାଏ । ଏଥିସହିତ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର କପ୍ ବୋର୍ଡ କାର୍ଯ୍ୟାଳୟରେ ରଖାଯାଏ, କିନ୍ତୁ ଧଳା କୋଟ୍ ବିଜୟୀ ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଖରେ ରହିଥାଏ । ଯାହା ତାଙ୍କ ବିଜୟର ଏକ ସ୍ମୃତି ହୋଇ ତାଙ୍କ ପାଖରେ ରହେ ।

ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ପରେ, ସମଗ୍ର ଟିମ୍ ଧଳା ଜ୍ୟାକେଟ୍ ପିନ୍ଧି ଟ୍ରଫି ସହିତ ଫଟୋ ଉଠାଇଥିଲେ । ଯାହା ଏବେବି ଭାରତୀୟ ପ୍ରଶଂସକଙ୍କ ହୃଦୟରେ ଜୀବିତ ରହିଛି । ଆଉ ଆଜି ୧୨ ବର୍ଷ ପରେ ପୁଣି ଥରେ ଧଳା କୋର୍ଟ ପିନ୍ଧି ସାରା ଭାରତକୁ ଗୌରାବାନ୍ବିତ କରିଛି ରୋହିତ ବାହିନୀ ।

Comments are closed.