Latest Odisha News

BREAKING NEWS

କାହିଁକି ବିମାନରେ ନଡିଆ ନେବା ମନା?

ନୂଆଦିଲ୍ଲୀ: ଉଡାଜାହାଜରେ ଯାତ୍ରା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ବ୍ୟାଗ ତନତନ କରି ଯାଞ୍ଚ କରାଯାଏ । ଏକ ନିର୍ଦ୍ଦିଷ୍ଟ ଓଜନର ଭିତରେ ଯାତ୍ରୀଙ୍କ ବ୍ୟାଗର ଓଜନ ରହିବା ନେଇ ନିୟମ ରହିଥିବା ବେଳେ ଅନେକ କିଛି ଜିନିଷ ରହିଥାଏ, ଯାହାକୁ ବିାମନ ମଧ୍ୟରେ ନେବାକୁ ବାରଣ କରାଯାଇଥାଏ । ଚେକିଂ କାଉଣ୍ଟରରେ ହିଁ ସେ ସବୁ ଜିନିଷକୁ କାଢି ବାହରକୁ ରଖିଥାନ୍ତି ସୁରକ୍ଷା କର୍ମୀ । ଅନେକ ଜିନିଷ ଅଛି ଯାହାକୁ ବିମାନରେ ନେବାକୁ ଅନୁମତି ଦିଆଯାଇନଥାଏ  । ନଡ଼ିଆ ମଧ୍ୟ ସେହିମାନଙ୍କ ମଧ୍ୟରୁ ଗୋଟିଏ, ଯାହାକୁ ଆପଣ ବିମାନରେ ଯାତ୍ରା କରିବା ସମୟରେ ନେଇ ପାରିବେ ନାହିଁ  ।

ଆପଣ ମଧ୍ୟ ଭାବୁଥିବେ ଯେ ବିମାନ ଭ୍ରମଣରେ ନଡ଼ିଆ ନେବା କାହିଁକି ନିଷେଧ? ଯଦିଓ ପୂଜାପାଠ ଏବଂ ରୀତିନୀତିରେ ଏହାକୁ ଶ୍ରୀଫଳର ମାନ୍ୟତା ଦିଆଯାଇଛି, ବିମାନରେ ଯାତ୍ରା କରିବା ସମୟରେ ଏହାକୁ ନେବା କଡା ନିଷେଧ କ’ଣ ପାଇଁ ରହିଥାଏ ?

ତେବେ ବେଳେ ବେଳେ ଆମେ ଦୂର ସ୍ଥାନକୁ ଯାତ୍ରା କରୁଥିବା ବେଳେ ବିମାନରେ ଖାଦ୍ୟ ଏବଂ ପାନୀୟ ସମ୍ବନ୍ଧୀୟ ନିୟମ ଜାଣିନଥାଉ । ଏପରି ପରିସ୍ଥିତିରେ, କେବଳ ଯାତ୍ରାର ମଜା ନଷ୍ଟ ହୁଏ ନାହିଁ ବରଂ ଆଇନଗତ ଅସୁବିଧାରେ ମଧ୍ୟ ଫସିବାକୁ ପଡିଥାଏ । ଯଦିଓ ତୁମେ ଏହାକୁ ସାଙ୍ଗରେ ନେଇଯାଅ, ତୁମକୁ ବିମାନ ବନ୍ଦରରେ ଫିଙ୍ଗିବାକୁ ପଡିବ କିମ୍ବା ଜରିମାନା ଦେବାକୁ ପଡିବ  । ଆଉ କିଛି କିଛି ବିମାନ କମ୍ପାନୀ ନିଜର ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥକୁ ବିମାନରେ ନିଷେଧ କରିଥାନ୍ତି । ମୁଖ୍ୟତଃ ଦୁବାଇ ସମେତ ଅନେକ ବିମାନ କମ୍ପାନୀ ନଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏହି ନିଷେଧ ପଛର କାରଣ ହେଉଛି ନଡିଆ ଏକ ଜ୍ବଳନ୍ତ ପଦାର୍ଥ । ଏଥିସହିତ ଏଥିରେ ବହୁ ପରିମାଣର ତେଲ ବି ବାହାରି ଥାଏ । ଯଦି କୌଣସି କାରଣରୁ ନିଆଁ ଲାଗେ ତେବେ ଏହା ନିଆଁକୁ ଆହୁରି ଇନ୍ଧନ ଯୋଗାଇବ । ଯେଉଁଥିପାଇଁ ସୁରକ୍ଷା କାରଣରୁ ଏହାକୁ ଜ୍ୱଳନ୍ତ ପଦାର୍ଥ ବର୍ଗରେ ରଖା ଯିବା ସହିତ ଏହାକୁ ବିମାନ ଭ୍ରମଣରେ ନେବାକୁ ବାରଣ କରାଯାଇଛି।

ତେବେ କେବଳ ନଡ଼ିଆ ନୁହେଁ ଏହାବ୍ୟତୀତ ବନ୍ଧୁକ, ଅଗ୍ନି ଅସ୍ତ୍ର, ବିସ୍ଫୋରକ ପଦାର୍ଥ, ଜ୍ୱଳନ୍ତ ପଦାର୍ଥ, ଛୁରୀ ଭଳି ତୀକ୍ଷ୍ଣ ବସ୍ତୁ, ଆତ୍ମରକ୍ଷା ସମ୍ବନ୍ଧୀୟ ଉପକରଣ, ସାଟେଲାଇଟ ଫୋନ୍, ତମାଖୁ, ଗଞ୍ଜେଇ, ହିରୋଇନ୍ ଏବଂ ମାଦକ ଦ୍ରବ୍ୟ ସହିତ ଆପଣଙ୍କୁ ଅନେକ ଜିନିଷ ନେବାକୁ ଅନୁମତି ନଥାଏ । କିନ୍ତୁ ବିନା ଇନ୍ଧନ ଥିବା ଲାଇଟର୍ ଏବଂ ଇ-ସିଗାରେଟ୍ କିଛି କିଛି ବିମାନ ନିୟମ ଅନୁଯାୟୀ ବହନ କରାଯାଇପାରିବ ।

Comments are closed.