Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ‘ଅଗ୍ନିପଥ’କୁ ନେଇ ତେଜୁଛି ବିରୋଧ, ଜାଣନ୍ତୁ ୫ଟି ବିନ୍ଦୁରେ ବିବାଦର କାରଣ…

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ବ୍ୟାପିବାରେ ଲାଗିଛି । ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣାରେ ବିରୋଧ ବେଳେ ହିଂସା ଦେଖିବାକୁ ମିଳିଛି । ତେବେ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ବିରୋଧ କଣ ପାଇଁ ? ଆସନ୍ତୁ ଜାଣିବା ବିବାଦ ଓ ବିରୋଧର କାରଣ…

କାରଣ ନମ୍ବର ୧

ବିରୋଧକାରୀ ଚାହୁଁଛନ୍ତି ୧୫ ବର୍ଷର ପୂର୍ଣ୍ଣକାଳୀନ ଚାକିରି । ପଦୋନ୍ନତି ସହ ଦରମା ବୃଦ୍ଧି । ପୁରୁଣା ବ୍ୟବସ୍ଥା ଅନୁସାରେ, ଅବସର ପରେ ଭତ୍ତା ବା ପେନସନ୍ ।

କାରଣ ନମ୍ବର ୨

‘ଅଗ୍ନିପଥ’ ଯୋଜନାରେ ଭର୍ତ୍ତି ହୋଇଥିବା ଅଗ୍ନିବୀରଙ୍କୁ ୪ ବର୍ଷ ସେବା ପରେ ଏକକାଳୀନ ୧୧ ଲକ୍ଷ ୫୦ ହଜାର ଟଙ୍କା ସହାୟତା ।

କାରଣ ନମ୍ବର ୩

କେତେକ ସେବାନିବୃତ୍ତ ଅଧିକାରୀଙ୍କ ଅନୁସାରେ, ନୂଆ ନିଯୁକ୍ତି ପର୍ଯ୍ୟଟକ ଯବାନ ଭଳି । ଏହି ନିଯୁକ୍ତି ସେନାର ସାଂଗଠନିକ ଓ ପରିଚାଳନା ଉପରେ ଲଢ଼େଇ ବେଳେ ପ୍ରଭାବ ପକାଇବ ।

କାରଣ ନମ୍ବର ୪

ଆଶଙ୍କା କରାଯାଉଛି ‘ଅଗ୍ନିପଥ’ ଯୋଜନା ଦ୍ୱାରା ରାଜପୁତ, ଜାଟ ଓ ଶିଖ୍ ଭଳି ଏକାଧିକ ରେଜିମେଣ୍ଟର ଗଠନ ବଦଳି ଯିବ । ଯେତେବେଳେ କି ସରକାରୀ ସୂତ୍ର ଅନୁସାରେ, ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିବ ନାହିଁ ।

କାରଣ ନମ୍ବର ୫

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁସାରେ, ଆଗ୍ରହୀ ଥିବା ‘ଅଗ୍ନିବୀର’ଙ୍କୁ ସେଣ୍ଟ୍ରାଲ୍ ଆର୍ମଡ ପୋଲିସ ଫୋର୍ସରେ ନିଯୁକ୍ତି ନେଇ ପ୍ରାଥମିକତା ଦିଆଯିବ । କିନ୍ତୁ ବିଶେଷଜ୍ଞଙ୍କ କହିବା କଥା ନିଯୁକ୍ତି ନେଇ କୌଣସି ଗ୍ୟାରେଣ୍ଟି ନାହିଁ ।

Leave A Reply

Your email address will not be published.