Latest Odisha News

‘ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ବଢ଼ୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉଦବେଗ ଜନକ ଭାବେ ବଢୁଛି । ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ଏହି ସଂକମ୍ରଣୁ ବଢ଼ୁଥିବା ନେଇ ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର କହିଛନ୍ତି । ଏଥିସହ ଅମାନିଆ ବ୍ୟକ୍ତିଙ୍କୁ ସେ ଦାୟୀ କରିଛନ୍ତି ।

ସେ କହିଛନ୍ତି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ, ସଂକ୍ରମିତ ବ୍ୟକ୍ତିମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିଦେଉଛନ୍ତି । ଯେଉଁମାନଙ୍କ ଲକ୍ଷଣ ନାହିଁ କିମ୍ବା ସ୍ୱଳ୍ପ ଲକ୍ଷଣ ରହିଛି ସେମାନେ ବାହାରେ ବୁଲିବା ଦ୍ୱାରା ବି ସଂକ୍ରମଣ ବଢୁଛି । ରିପୋର୍ଟ କିପରି ଶୀଘ୍ର ଆସି ପାରିବ ସେନେଇ ଗୁରୁତ୍ୱ ଦେଇଛନ୍ତି ଡାକ୍ତର ନିରୋଜ ମିଶ୍ର । ସରକାର ଏ ଦିଗରେ ଆହୁରି ଟିକିଏ ପ୍ରୋଆକ୍ଟିଭ ହେବା ଦରକାର ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ।

ନଭେମ୍ବର ୧୭ ବେଳକୁ ଓଡିଶାରେ କରୋନା ସଂକ୍ରମଣ କମିଯିବ, ଏହି ପୂର୍ବାନୁମାନ କରିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର । ସେ କହିଛନ୍ତି, ଲୋକେ ସତର୍କ ନହେଲେ ସଂକ୍ରମଣ ଆହୁରି ବଢିବ । ଭୁବନେଶ୍ୱରରେ ୮ଦିନ ହେବ ପିକ୍ ସମୟ ଅତିକ୍ରମ କରିସାରିଲାଣି । ଆକ୍ଟିଭ କେସ କମ୍ ଥିବା ବେଳେ ଆରୋଗ୍ୟ ହାର ମଧ୍ୟ ୮ଦିନ ହେଲା ବଢୁଛି । ସେପଟେ କଟକରେ ଟିକେ ସମୟ ଲାଗୁଛି । ଆଉ ୫ରୁ ୧୦ ଦିନ ଭିତରେ କଟକରେ ବି ଧିରେ ଧିରେ କମିଯିବ ବୋଲି କହିଛନ୍ତି ନିରୋଜ ମିଶ୍ର ।

Comments are closed.